କୃଷି ଋଣ ଛାଡ଼ ନେଇ ମିଥ୍ୟା ପ୍ରଚାର କରୁଛି କଂଗ୍ରେସ : ବିଜେପି

0

(ରିିପୋର୍ଟସ ଟୁଡ଼େ): ୨୦୧୯ ନିର୍ବାଚନ ର୍ପୂବରୁ ବଡ ଚାଲ୍ ଖେଳିଛନ୍ତି କଂଗ୍ରେସ ଅଧ୍ୟକ୍ଷ । କ୍ଷମତାକୁ ଆସିବାର ୧୦ ଦିନ ମଧ୍ୟରେ କୃଷିଋଣ ଛାଡ କରିବାକୁ ଘୋଷଣା କରିଛନ୍ତି ରାହୁଲ ।ତମାଣ୍ଡୋର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଏଭଳି ଘୋଷଣା କରି ଛନ୍ତି । ଆଉ ଏଭଳି କହି ଚାଷୀଙ୍କ ଭୋଟବ୍ୟାଙ୍କ ହାତେଇବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ । ପୂର୍ବରୁ ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କୃଷି ଋଣ ଛାଡ଼ କରାଯାଇଛି ବୋଲି ସେ କହିଛନ୍ତି । ହେଳେ କଂଗ୍ରେସର ଏହି ମତକୁ ଖଣ୍ଡନ କରିଛି ବିଜେପି । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଏ ନେଇ ମିଛ କହୁଛି ବୋଲି ବଜେପିର ମୁଖପାତ୍ର ସମୀର ମହାନ୍ତି କହିଛନ୍ତି ।