ହାଇଦ୍ରାବାଦ: କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଜି. କିସନ ରେଡ଼୍ଡ଼ୀଙ୍କ ବ୍ୟକ୍ତିଗତ ୱେବସାଇଟକୁ ହ୍ୟାକ କରାଯାଇଛି । ପାକିସ୍ଥାନୀ ହ୍ୟାକର ଏହି କାମ କରିଛନ୍ତି । ୱେବସାଇଟକୁ ହ୍ୟାକ କରି ସେଥିରୁ ଆଜାଦ କାଶ୍ମୀର ପରି ପୋଷ୍ଟ କରାଯାଇଛି । ହ୍ୟାକରମାନେ ଏଥିସହ ଭାରତ ସରକାରଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି । ମଙ୍ଗଳବାର ହାଇଦ୍ରାବାଦରେ ଜି. କିଶନ ରେଡ଼୍ଡ଼ିଙ୍କ କାର୍ୟ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଏହି ହ୍ୟାକିଂରେ କୌଣସି ତଥ୍ୟ ଚୋରି ହୋଇଥିବା ଯଦିଓ ଖବର ମିଳିନାହିଁ, ତଥାପି ଦେଶର ଲୋକଙ୍କୁ ଭୁଲ ତଥ୍ୟ ପ୍ରଦାନ କରାଯାଇ ବିଭ୍ରାନ୍ତ ଉଦ୍ଦେଶ୍ୟରେ ହ୍ୟାକ୍ କରାଯାଇଥିବା ସାଇବର ଅପରାଧ ବିଶେଷଜ୍ଞ ଅନୁମାନନ କରୁଛନ୍ତି । ଏହା ପୂର୍ବରୁ ଅଗଷ୍ଟ ୧୫ରେ ଦେଶର ସ୍ବାଧୀନତା ଦିବସ ଅବସରରେ ପାକିସ୍ଥାନର ଏକ ୱେବସାଇଟ୍ ମଧ୍ୟ ହ୍ୟାକ୍ ହୋଇଥିଲା। ହ୍ୟାକରମାନେ ପାକିସ୍ଥାନର ଫାତିମା ଜିନ୍ନା ମହିଳା କଲେଜ ସମେତ ଅନ୍ୟାନ୍ୟ ୱେବସାଇଟରେ ଭାରତର ଜାତୀୟ ପତାକା ସହ ଅଯୋଧ୍ୟା ରାମମନ୍ଦିର କଥା ଉଲ୍ଲେଖ କରିଥିଲେ । ଏଥିରେ ଭଗବାନ ଶ୍ରୀରାମଙ୍କ ଛବି ମଧ୍ୟ ପ୍ରଦର୍ଶିତ ହୋଇଥିଲା । ପାକିସ୍ଥାନର ୱେବସାଇଟ୍ ପିଟରକୋ.କମ.ପିକେ ( କ୍ଟ୍ରରଗ୍ଧରକ୍ସମକ୍ଟ.ମକ୍ଟଜ୍ଞ.କ୍ଟ୍ରଳ) ହ୍ୟାକ କରାଯାଇ ତାହା ଉପରେ ଇଣ୍ଡିଆ ସାଇବର ଟ୍ରୁପ ବୋଲି ଲେଖାଯାଇଥିଲା । ଏହା ସହ ଏହି ସାଇଟରେ ଭାରତୀୟ ଜାତୀୟ ପତାକା ସହ ‘ସତ୍ୟମେବ ଜୟତେ‘ ବୋଲି ଲେଖି ଦିଆଯାଇଥିଲା ।