(ଗୋଲାପ ସାହୁ)କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ଅନ୍ତର୍ଗତ କୋଟା ଗାଁରେ ପୋଢ଼ପୂଜା ଅନୁଷ୍ଠିତ ହୋଇଯାଇଛି।ଦୀର୍ଘ ୨୫ବର୍ଷ ପରେ ହେଇଥିବା ଏହି ପୂଜା ରେ ଗ୍ରାମର ଓ ଆଖପାଖ ଅଞ୍ଚଳର ବହୁ ଲୋକ ସେଠାରେ ସମାଗମ ହୋଇଥିଲୋ।ପୂର୍ବରୁ ଲୋକେ ଭୂମିକୁ ମା ବୋଲି ପୂଜା କରୁଥିବା ବେଳେ ବର୍ତ୍ତମାନ ବି ସେ ପରମ୍ପରା ରହିଛି।ଭୂମି ପୂଜା କଲେ ଚାଷ ଭଲ ହେବା ସହ ଗାଁ ର କଲ୍ୟାଣ ହୋଇଥାଏ ।ଏହି ଉଦଯାପନି ଉତ୍ସବରେ କଲମପୁର ବ୍ଳକ ୧ନମ୍ବର ଯୋନ ଜିଲାପରିଷଦର ବିଜୟଦେଵ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଆଇନଜୀବି ବିଶ୍ୱନାଥ କର, ମଣ୍ଡଳ ସରପଞ୍ଚ ପ୍ରଦୀପ ଭୋଇଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।