କୋଟିପତି କିରାଣୀ ଉଦୟ ନାଥ ଜେନା ଗିରଫ

0

ଭୁବନେଶ୍ୱର/ ସଞ୍ଜୁ– ଭୁବନେଶ୍ୱର ସବ୍ କଲେକ୍ଟର ଅଫିସ୍ର କୋଟିପତି କିରାଣୀ ଉଦୟନାଥ ଜେନାଙ୍କୁ ଗିରଫ କରାଯାଇଛି । ଗତକାଲି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଗତକାଲି ଉଦୟନାଥଙ୍କ ଘରେ ରେଡ୍ କରିଥିଲା । ଉଦୟନାଥଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧ କୋଟି ୩୨ ଲକ୍ଷ ହୋଇଥିବା ଜଣାପଡିଛି । ରେଡ୍ ବେଳେ ତାଙ୍କର ପୁରୀରେ ଫ୍ଲାଟ, ଭୁବନେଶ୍ୱରରେ ୨ ମହଲା କୋଠା, ପୈତୃକ ସ୍ଥାନରେ କୋଠା, ବିଭିନ୍ନ ବ୍ୟାଙ୍କରେ ୯ ଲକ୍ଷ ୩୦ ହଜାର ଟଙ୍କାର ଡିପୋଜିଟ୍ ଓ ଅଢେଇ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଥିବା ସୂଚନା ମିଳିଥିଲା ।