(ସୁନ୍ଦର କୁମାର ପାଣି / କୋରାପୁଟ): ଖଣିଖନନକୁ ନେଇ ବିବାଦ । ବିବାଦରେ ଛନ୍ଦି ହୋଇପଡିଛି ମୈତ୍ରୀ ଇନଫ୍ରା କମ୍ପାନୀ । କୋରାପୁଟ ଜିଲ୍ଲା ଲାଷ୍ମୀପୁର ବ୍ଲକ ଥିବା କୋଡ଼ିଙ୍ଗାମାଲି ପର୍ବତରୁ ଖଣିଖନନ କରିବା ପାଇ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ବିବାଦ ଯୋଗୁଁ ଖଣି ଖନନ ବନ୍ଦ ରହିଛି । ଖଣି ଖନନ ଓ ପରିବହନ କାର୍ୟ୍ୟରେ ନିୟୋଜିତ ଠିକାଦାର ଅଞ୍ଚଳରେ ଭାଇଚାର ନଷ୍ଟ କରି ଅଂଚଳରେ ଦାଦାଗିରି, ଆଦିବାସୀ ଦଳିତ ଓ ଅନ୍ୟାନ୍ୟ ଵର୍ଗର ଲୋକଙ୍କୁ ଜୀବନରେ ମାରିଦେବାକୁ ମୈତ୍ରୀ କମ୍ପାନୀର P, H ,O ଏବଂ H R ମାନେ ଗୋଣ୍ଡଗୋଲ କରିବା ସହ ଘରରେ ନିଆଁ ଲଗାଇ ,ଜୀବନରେ ମାରିଦେବକୁ ଧମକ ଦେଉଛନ୍ତି। ସପକ୍ଷବାଦୀ କୋଡ଼ିଙ୍ଗା ମାଲି ସୁରକ୍ଷା ମଞ୍ଚର ପରିବାର ବର୍ଗ ଭୟଭୀତରେ ଜୀବନ ବିତାଉଛନ୍ତି । ଶାନ୍ତି କମିଟି ମଧ୍ୟମରେ ପ୍ରତ୍ୟେକ ପ୍ରଭାବିତ ଅଞ୍ଚଳର ଗ୍ରାମବାସୀଙ୍କୁ ଆହ୍ୱାନ କରି ପଲ୍ଲୀ ସଭା କରି ନିଷ୍ପତ୍ତି ନିଆଯାଉ । ପ୍ରତିଶ୍ରୁତି ମୁତାବିକ ଇଣ୍ଟାଲକୋ କଂପାନୀ ସ୍ଥାପିତ ହେବା ପର୍ୟ୍ୟନ୍ତ ଖଣି ଖନନ ବନ୍ଦ ରହୁ। ପାହାଡ ଥିବା ମେସିନ ଗୁଡିକକୁ ହଟା ଯାଉବୋଲି ମୈତ୍ରୀ କମ୍ପାନୀର କୋଡ଼ିଙ୍ଗାମାଲି ସୁରକ୍ଷା ମଞ୍ଚର ସଭାପତି ପ୍ରଦୀପ କୁମାର ବାଘଙ୍କ ନେତୃତ୍ବରେ ଲାଷ୍ମୀପୁର ବ୍ଲର ୫ଟି ପଞ୍ଚାୟତ ,ଦସମନ୍ତପୁର ବ୍ଲକର ମୂର୍କା ପଞ୍ଚାୟତ , ରାୟଗଡା ଜିଲ୍ଲାର କାଶିପୁର ବ୍ଲର ଦୁଇଟି ପଞ୍ଚାୟତର ଶତାଧିକ ଲୋକେ ଏକ ଶୋଭାଯାତ୍ରାରେ ବାହାରି ମୈତ୍ରୀ କମ୍ପାନୀକୁ ହଟାଯାଉ ଇଣ୍ଟାଲକୋ କମ୍ପାନୀ ସ୍ଥାପନ କରାଯାଉ ବୋଲି ସ୍ଲୋଗାନ ଦେଇ ଜିଲ୍ଲାପାଳ ଏବଂ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ। ଅଭିଯୋଗକୁ ଆଧାର କରି ତଦନ୍ତ କରିବାପାଇଁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏବଂ ଆରକ୍ଷୀ ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ। ଯଦି ଦଶ ଦିନ ମଧ୍ୟରେ ସମାଧାନ ନ ହୁଏ ତେବେ ଖଣି ରାସ୍ତାକୁ ବନ୍ଦ କରିବୁ ବୋଲି ମଞ୍ଚର ସଦସ୍ୟ ମାନେ ଚେତାବନୀ ଦେଇଛନ୍ତି।