କୋଳିଦାସପୁର ବାଲିଚାଲାଣ ଘଟଣା: ବାଲି ମାଫିଆଙ୍କୁ ଗିରଫ ପାଇଁ ବିଜେପିର ଦାବି

0

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଧିନ କୋଳିଦାସପୁର ଗାଁ ନଦୀ ଘାଟରୁ କିଛି ଦିନ ତଳେ ମାଫିଆଙ୍କ ବାଲିଚାଲାଣକୁ ନେଇ ପୋଲିସ ଓ ଗ୍ରାମବାସୀ ମୁହାମୁହିଁ ହୋଇଥିଲେ । ଏହି ଘଟଣାରେ ପୋଲିସ ଗାଁର ୫ ଜଣଙ୍କୁ ଅଟକ ରଖିବା ନେଇ ଗ୍ରାମବାସୀ ଥାନା ଘେରାଉ କରିଥିଲେ । ଏଠାରେ ବାଲି ଚାଲାଣ ବେଳେ କିଛି ଦୁର୍ବୃତ୍ତ ଦୁଇଟି ମୋଟରସାଇକେଲ ସମେତ ଗୋଟିଏ ଟ୍ରାକ୍ଟର, ତିନୋଟି ବାଲି ବୋଝେଇ ଟ୍ରକକୁ ପୋଡିଦେଇଥିବା ବେଳେ ଗୋଟିଏ ଜେସିବ ମେସିନକୁ ଭାଙ୍ଗି ଫେରାର ହୋଇଯାଇଥିଲେ । ତେବେ ଗତକାଲି ପୁଣି କୋଳିଦାଶପୁର ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ ହୋଇଥିବା ବେଳେ ପୋଲିସ ଲାଠି ଜାର୍ଜ କରିଥିଲା । ଏହି ଘଟଣା ପରେ ଆଜି କବିସୂର୍ୟ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ନେତା ଘଟଣାସ୍ଥଳ ପରିଦର୍ଶନ କରି ଲୋକ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ତୁରନ୍ତ ବାଲି ମାଫିଆ ମାନଙ୍କୁ ଗିରଫ କରିବା ପାଇଁ ବିଜେପି ପକ୍ଷରୁ ଦାବି ହୋଇଛି ।