କ୍ରିକେଟ ମ୍ୟାଚ ଉଦଯାପିତ ।

0

(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ଗ୍ରାମ ପଡିଆରେ ମା ଚର୍ଚ୍ଚିକା କ୍ରୀଡା ଓ ସଂସ୍କୃତି ସଂଘର ସହଯୋଗରେ ଚନ୍ଦ୍ର ମାଧବ ସ୍ମାରକୀ କ୍ରିକେଟ ପକ୍ଷରୁ ଅନୁଷ୍ଠିତ କ୍ରିକେଟ ମ୍ୟାଚ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ପୁରୁଣା ବୁଢଢ଼ାକେରା କ୍ରିକେଟ କ୍ଳବ ସହିତ ଉଛୁପୁର କ୍ରିକେଟ କ୍ଳବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପୁରୁଣା ବୁଢଢ଼ାକେରା କ୍ରିକେଟ କ୍ଳବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୮ ଓଭରରେ ସମସ୍ତ ଉଇକେଟ ହରାଇ ୧୭୧ ରନ କରିଥିଲେ । ଜବାବରେ ଉଛୁପୁର କ୍ରିକେଟ ଦଳ ୧୮ ଓଭର ଖେଳି ୧୪୨ ରନ କରି ରନସ ହୋଇଥିଲେ । ବିଜୟୀ ବୁଢଢ଼ାକେରା ଦଳର ଗଣେଶ ପ୍ରଧାନଙ୍କୁ ମ୍ୟାନଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା । ଉଛୁପୁର କ୍ରିକେଟ ଦଳର ମ୍ୟାନ ଅଫ ଦି ସିରିଜି ଭାବେ ଲୁଲୁ ବଛା ହୋଇଥିଲେ । ମ୍ୟାନ ଅଫ ଦି ମ୍ୟାଚ ସୂର୍ୟ୍ୟକାନ୍ତ ନାୟକଙ୍କୁ ବଛା ଯାଇଥିଲା । ସେହିପିର ୩ୟ ଦଳ ଭାବେ ରୂପଦେଇପୁର କ୍ରିକେଟ ଦଳକୁ ୩ ହଜାର ଟଙ୍କା ପୁରଷ୍କାର ପ୍ରଦାନ କରାଯାଇଥିଲା । ସୁରେନ୍ଦ୍ର ସାହାଣୀ ଓ ଭଗବାନ ବେହେରା ମ୍ୟାଚ ପରିଚାଳନା କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶକ୍ତି , ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ପୁରୀ ସାଂସଦ ପିନାକୀ ମିଶ୍ର ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗଦେଇ ରାଜ୍ୟ ସରକାର କ୍ରୀଡା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଯେଉଁପିଲା ମାନେ ଖେଳ ଖେଳୁଛନ୍ତି ସେମାନେ ସଠିକ ଖେଳ ଖେଳିବା ପାଇଁ ଉଦ୍ୟମ କରିବାକୁ ଅତିଥି ମାନେ କହିଥିଲେ । ଜିଲ୍ଲା ପରିଷଦ ସଭ୍ୟ ଧୁବ ଚରଣ ଦାଶ, ସରପଞ୍ଚ ରଶ୍ମିତା ପ୍ରଧାନ, ସୁନୀଲ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ଅତିଥି ମାନେ ଚମ୍ପିୟାନ ଦଳକୁ ସିଲଡସହିତ ୩୦ ହଜାର ଓ ଚମ୍ପିୟାନ ଦଳକୁ ସିଲଡ ସହିତ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ ।