( ଆଦର୍ଶ ରାଉତ): ଫୋକସରେ ଓଡିଶା । ଓଡିଶାରେ କୃଷକ କାର୍ଡ ଖେଳିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । କ୍ଷମତାକୁ ଆସିଲେ ଓଡିଶାରେ କୃଷି ଋଣ ଛାଡ କରିବୁ ବୋଲି ଘୋଷଣା କରିଛନ୍ତି ରାହୁଲ । ଏହାସହ ୨୦୧୯ ନିର୍ବାଚନ ର୍ପୂବରୁ ବଡ ଚାଲ୍ ଖେଳିଛନ୍ତି କଂଗ୍ରେସ ଅଧ୍ୟକ୍ଷ । କ୍ଷମତାକୁ ଆସିବାର ୧୦ ଦିନ ମଧ୍ୟରେ କୃଷିଋଣ ଛାଡ କରିବାକୁ ଘୋଷଣା କରିଛନ୍ତି ରାହୁଲ ।ତମାଣ୍ଡୋର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଏଭଳି ଘୋଷଣା କରି ନିର୍ବାଚନ ପୂର୍ବରୁ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି ରାହୁଲ । ଆଉ ଏଭଳି କହି ଚାଷୀଙ୍କ ଭୋଟବ୍ୟାଙ୍କ ହାତେଇବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ ।
ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଫର୍ମୁଲାରେ ଓଡିଶାରେ ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି ଦଳ । ଏହି ୩ ରାଜ୍ୟରେ କଂଗ୍ରେସ ସରକାର ଗଢିବା ସହ କୃଷି ଋଣ ଛାଡ କରିଥିବା ବେଳେ ଓଡିଶାର ଚାଷୀଙ୍କୁ ମଧ୍ୟ ସମାନ ସ୍ୱପ୍ନ ଦେଖାଇଛନ୍ତି । କେବଳ ଏତିକି ନୁହେଁ ଚାଷୀଙ୍କ ପାଇଁ ଏମଏସପି ଦର ୨୬୦୦ ଟଙ୍କାକୁ ବୃଦ୍ଧି କରିବାକୁ ମଧ୍ୟ କଂଗ୍ରେସର ରାଜ୍ୟ ୟୁନିଟକୁ ଚ୍ୟାଲେଞ୍ଜ ଦେଇଛନ୍ତି ରାହୁଲ ।