କ୍ୟାନସର ହସ୍ପିଟାଲ ନିର୍ମାଣ ଦାବିରେ ଆଜି ବ୍ରଜରାଜ ନଗର ୧୨ ଘଂଟିଆ ବନ୍ଦ ଡ଼ାକରା

0

(ରିିପୋର୍ଟସ ଟୁଡ଼େ): କ୍ୟାନସର ହସ୍ପିଟାଲ ନିର୍ମାଣ ଦାବି କରି ଆଜି ବ୍ରଜରାଜନଗରରେ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ବ୍ରଜରାଜନଗର ସଚେତନ ନାଗରିକ ମଂଚ ପକ୍ଷରୁ ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦିଆଯାଇଛି । ଏହାକୁ ବେଲପାହାଡ ନାଗରିକ କମିଟି ମଧ୍ୟ ସମର୍ଥନ କରିଛି ।
ବିଜେପି ଆଜିର ବନ୍ଦରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । କମିଟି ସଦସ୍ୟଙ୍କ ସହ ବିଜେପି ସଭ୍ୟମାନେ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିବା ଦେଖାଯାଇଛି । ଡିଏମଏଫ ପାଣ୍ଠିକୁ ଖଣି ପ୍ରଭାବିତ ଅଂଚଳରେ ବ୍ୟବହାର ନ କରି ଏହାର ଦୂରୁପୋଯୋଗକୁ ବିରୋଧ କରି ଆଜି ୧୨ ଘଂଟିଆ ବନ୍ଦ ପାଳନ କରାଯାଇଛି । ସମସ୍ତ ସ୍କୁଲ କଲେଜ ସହ ଦୋକାନବଜାର ଓ ଗାଡି ଚଳାଚଲ ବନ୍ଦ ରହିଛି ।
ଆସନ୍ତା ୨୪ରେ ମୁଖ୍ୟମନ୍ତ୍ରୀଙ୍କର ଝାରସୁଗୁଡା ଗସ୍ତକୁ ମଧ୍ୟ ବିଜେପି ବିରୋଧ କରିବା ନେଇ ସୂଚନା ଦେଇଛି ।