କ୍ୟାବିନେଟ ବୈଠକ: ୧୬ ପ୍ରସ୍ତାବକୁ ମଞ୍ଜୁରି

0

(ତ୍ରିଲୋଚନ ରାଉତ) ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ବୈଠକରେ୧୬ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି ବୋଲି ସୂଚନା ଦିଆଯାଇଛି । ରାଜସ୍ୱ ବିଭାଗର ୩ଟି ଓ ଉଚ୍ଚଶିକ୍ଷାର ୨ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହା ସହ ପଞ୍ଚାୟତିରାଜ ବିଭାଗର ୩ଟି ପ୍ରସ୍ତାବକୁ ବି ମଞ୍ଜୁରି ମିଳିଛି । ସଂସଦୀୟ ବ୍ୟାପାର ଓ ଆଇନ ବିଭାଗର ୧-୧ ପ୍ରସ୍ତାବକୁ ମଞ୍ଜୁରି ମିଳିବା ସମେତ ବସୁଧା ଯୋଜନାରେ ୩ଟି ପ୍ରକଳ୍ପର ଟେଣ୍ଡରକୁ ଅନୁମୋଦନ କରାଯାଇଛି ।