(ଶିଳାସ୍ମିତା ରାୟ) ଭୁବନେଶ୍ୱର: ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ କରିଛନ୍ତି । ମୋଦିଙ୍କ ପରେ କ୍ୟାବିନେଟ ମନ୍ତ୍ର୍ରୀ ଭାବେ ରାଜନାଥ ସିଂହ, ଅମିତ ଅନୀଲ ସାହା, ନିତିନ ଜୟରାମ ଗଡକରି, ଡି ଭି ସଦାନନ୍ଦ ଗୌଡା, ନିର୍ମଳା ସୀତାରମଣ ପ୍ରମୁଖ ଶପଥ ଗ୍ରହଣ କରୁଥିଲେ । ନରେନ୍ଦ୍ର ସିଂହ ତୋମର, ରବିଶଙ୍କର ପ୍ରସାଦ, ହରସିମରତ କୌର ବାଦଲ, ରାମବିଳାସ ପାଶୱାନ, ଏସ ଜୟ ଶଙ୍କର, ଥାବର ଚନ୍ଦ ଗେହଲଟ, ନରେଶ ପୋଖରିଅଲ ନିସଙ୍କ. ଅର୍ଜୁନ ମୁଣ୍ଡା, ସ୍ମୃତି ଇରାନୀ, ଡ. ହର୍ଷ ବର୍ଦ୍ଧନ, ପ୍ରକାଶ କେଶବ ଜାଭଡେକର, ପିୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ମୁକ୍ତାର ଅବାଜ ନକ୍ବୀ, ପ୍ରହଲ୍ଲାଦ ଯୋଶୀ, ଡ ମହେନ୍ଦ୍ର ନାଥ ପାଣ୍ଡେ, ଡ. ଅରବିନ୍ଦ ଗଣପଥ ସାୱନ୍ତ, ଗିରିରାଜ ସିଂହ, ଗଜେନ୍ଦ୍ର ସିଂ ଶେଖାୱତ, ଜିତେନ୍ଦ୍ର ସିଂହ, କିରନ ରିଜିଜୁ, ପ୍ରହଲ୍ଲାଦ ସିଂହ ପଟେଲ, ରାଜକୁମାର ସିଂ, ହରଦୀନ ସିଂହ ପୁରୀ, ଅଶ୍ୱିନୀ କୁମାର ଚୌବେ, ଅର୍ଜ୍ଜୁନ ମେଘୱାଲ, ଜେନେରାଲ ଭିକେ ସିଂହ, କିଶନ ପାଲ ଗୁଜ୍ଜର ପ୍ରମୁଖ ଶପଥ ପାଠ କରିଛନ୍ତି ।
ଏହି ଶପଥ ଗ୍ରହଣ ଉତ୍ସବରେ ବିରୋଧୀ ଦଳ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ, ସପା ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଯୋଗଦେଇଛନ୍ତି ।