(ପ୍ରିୟଦର୍ଶନୀ ସ୍ୱାଇଁ): ଭଗବାନଙ୍କର ସୃଷ୍ଟିରେ ଏପରି କିଛି ଅଲୌକିକ ଶକ୍ତି ରହିଛି ଯାହାତ୍କ ଦେଖିବା ସ୍ୱତ୍ତେ ମଧ୍ୟ ବିଶ୍ୱାସ କରିବା ଅସମ୍ଭବ ହୋଇପଡ଼େ । ହମ୍ପିର ଭଗବାନ ବିଷ୍ଣୁଙ୍କର ଅବତାର ଭିଠାଲ୍ଙ୍କ ବିଶାଳ ମନ୍ଦିର ଅଛି। ଏହି ମନ୍ଦିରରେ ୫୬ଟି ଖମ୍ବ ଅଛି । ଯାହାକି ପୁରାତନ ଶିଳ୍ପକଳାର ଏକ ସୁନ୍ଦର ଉଦାହରଣ ଅଟେ। ଏହି ଖମ୍ବରେ ହାଲୁକା ଆଘାତ କଲେ ସଙ୍ଗୀତର ସାତ ଧ୍ୱନି ବାହାରେ। ଏହା ବ୍ୟତୀତ ଏହାକୁ ସାରେଗାମା ପିଲର୍ସ ମଧ୍ୟ କୁହାଯାଏ। ଭାରତ ଯେତେବେଳେ ଇଂରେଜ ମାନଙ୍କର ଅଧୀନରେ ଥିଲା ସେତେବେଳେ ସେମାନେ ଏ ରହସ୍ୟ ବିଷୟରେ ଜାଣିପାରିଥିଲୋ ଇଂରେଜମାନେ ଏହାର ରହସ୍ୟ ଜାଣିବା ପାଇଁ ଦୁଇଟି ଖମ୍ବକୁ ଭାଙ୍ଗିଦେଲେ। କିନ୍ତୁ ତା ଭିତରେ ଫମ୍ପା ଥିଲା। ଆଜି ମଧ୍ୟ ଏହି ଭଙ୍ଗାଯାଇଥିବା ଖମ୍ବକୁ ଦେଖିବାକୁ ମିଳୁଛି।