(ରିପୋର୍ଟସ ଟୁଡେ /ମଧୁସ୍ମିତା ତ୍ରିପାଠୀ): ହିମାଚଳ ପ୍ରଦେଶ ସୋଲନ ଜିଲାର ଡେଡ୍ରାଘାଟ ନିକଟରେ ହରିୟାଣାର ଏକ ପର୍ୟ୍ୟଟକ କାର ପ୍ରାୟ ୩୦୦ ଫୁଟ୍ ଗଭୀର ଖାଈକୁ ଖସି ପଡିଛି। ଏହି ଦୁର୍ଘଟଣାରେ କାରରେ ଥିବା ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବାରୁ ଏବାବଦରେ କାହାକୁ ସୂଚନା ମିଳିନଥିଲା ଏବଂ ଉଦ୍ଧାର କାର୍ୟ୍ୟ ହୋଇ ପାରିନଥିଲା। ରବିବାର ସ୍ଥାନୀୟ ଲୋକେ ଖାଈ ନିକଟରେ ମୃତଦେହ ପଡିଥିବା ଦେଖିବା ପରେ ଏନେଇ ପୋଲିସକୁ ଖବର ଦେଇଥିଲେ। ସ୍ଥାନୀୟଲୋକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।