(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆଜି ମା ମଙ୍ଗଳା ତଥା ଖୁଦୁରୁକୁଣୀ ଷଷା । ତେଣୁ କରି ଓଷା ପାଇଁ ଝିଅଙ୍କ ମନ ବେଶ ଉତ୍ସାହିତ । ହେଲେ ବିଧିର ବିଧାନ ଅଲଗା । ଏ ଭିତରେ ଘଟିଛି ଏକ ଦୁଖଃଦ ଘଟଣା । ଖୁଦୁରୀକୁଣୀ ପୂଜା ହେଲା କାଳ । ନଦୀ କୂଳରେ ପୂକା କରିବାକୁ ଯାଇ ଦନୀରେ ବୁଡ଼ିଗଲେ ୩ ନାବାଳିକା । ଏପରି ଏକ ଘଟଣା ଘଟିଛି ଗଞ୍ଜାମ ହିଞ୍ଜିଳିକାଟୁ ଠାରେ ।
କାଞ୍ଜିଆମା ଗାଁର କିଛି ଝିଅ ଋଷିକୂଲ୍ୟା ନଦୀକୁ ପୂଜା କରିବାକୁ ଯାଇଥିଲେ । ଏହି ସମୟରେ ଅସାବଧାନତା ବଶତଃ ୩ ଜଣ ଝିଅ ନଦୀରେ ବୁଡ଼ି ଯାଇଥିଲେ । ସେଠାରେ ଥିବା ଅନ୍ୟ ଝିଅମାନେ ଗାଁ ଲୋକଙ୍କ ସାହାଯ୍ୟରେ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ ଆଉ ଜଣେ ନାବାଳିକା ନିଖୋଜ ହୋଇଯାଇଛି । ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ଝିଅଟିକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।