ଖୋର୍ଦ୍ଧାରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶ

0

(ଶେଖ୍ ଅରଶଦ୍ ଉଲ୍ ହକ୍)ଖୋର୍ଦ୍ଧା:- ଖୋର୍ଦ୍ଧା ଭାରତୀୟ ଜନତା ପାର୍ଟି ପକ୍ଷରୁ ନଗର ମଣ୍ଡଳ ସଭାପତି ଦିଲ୍ଲୀପ କୁମାର ହୋତାଙ୍କ ନେତୃତ୍ୱରେ ମଙ୍ଗଳବାର ସ୍ଥାନୀୟ ଗୀତା ଭବନ ପଡ଼ିଆରେ ଏକ ବିଶାଳ ସଙ୍କଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିଭିନ୍ନ ଜନହିତକର କାର୍ଯ୍ୟ ଉପରେ କାର୍ଯ୍ୟକର୍ତାମାନେ କର୍ମୀଙ୍କୁ ବୁଝାଇ ଥିଲେ । ଦୀର୍ଘ ୧୯ ବର୍ଷ ଧରି ରାଜ୍ୟରେ ଚାଲିଥିବା ଏକ ଅପାରଗ ବିଜେଡ଼ି ସରକାରର ଦୁର୍ନୀତି, ଦୁଷ୍କର୍ମ, ଭ୍ରଷ୍ଟାଚାର ବିରୋଧରେ କହିଥିଲେ । ଖୋର୍ଦ୍ଧାରେ ଭାରତୀୟ ଜନତାପାର୍ଟିର ଉଭୟ ବିଧାନସଭା ଓ ସାଂସଦ ପାର୍ଥୀଙ୍କୁ ଜିତାଇବା ପାଇଁ ସଙ୍କଳ୍ପ ନେଇଥିଲେ । ତେବେ ବିଧାନସଭା କ୍ଷେତ୍ରରେ ଜଣେ ଉପଯୁକ୍ତ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ନେତୃମଣ୍ଡଳୀଙ୍କୁ ଅନୁରୋଧ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା । ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ସୁବାଷ ଜେନା, ବରିଷ୍ଠ ବିଜେପି ନେତା ତଥା ଆଶାୟୀ ବିଧାୟକ ପାର୍ଥୀ ସୁବାଷ ଗନ୍ତାୟତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିକୁଞ୍ଜ ପଟ୍ଟନାୟକ, ରଶ୍ମୀ ରଂଜନ ମହାପାତ୍ର, ଲକ୍ଷ୍ମୀକାନ୍ତ ମିଶ୍ର, ବିଭୁ ପ୍ରସାଦ ସାହୁ, ନାରୀ ନେତ୍ରୀ ମୀନା ଦାସ, ଶେଖ୍ କବୀର, ପ୍ରତାପ ମହାପାତ୍ର, ଶୋଭନ ଘୋଷ, କାଳୁ ବଳିୟାରସିଂହ, ସାଗର ବାରିକ, ରୀତା ରାଣୀ ବେହେରା, ଉର୍ମିଳା ପରିଡ଼ା, ରଶ୍ମୀ ରାଣୀ ମିଶ୍ର, ସମ୍ପାଶ୍ରୀ ପଟ୍ଟନାୟକ, ଦିଲ୍ଲୀପ ପାଣି, ବିଭୁ ପ୍ରଧାନଙ୍କ ସମେତ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ମଣ୍ଡଳ ସଭାପତି, ବୁଥ କାର୍ଯ୍ୟକର୍ତାଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ କର୍ମୀ ଯୋଗ ଦେଇଥିଲେ । ତେବେ ସଙ୍କଳ୍ପ ସମାବେଶକୁ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ଡ଼ା.ଦାମୋଦର ରାଉତ ଓ ନାରୀ ନେତ୍ରୀ ଅପରାଜିତା ଷଢଙ୍ଗୀ ଆସିବାର ଥିଲେ ମଧ୍ୟ ଶେଷ ମୁହର୍ତରେ ଆସିପାରି ନଥିଲେ । ଏ ନେଇ ଜିଲ୍ଲା ସଭାପତି ସୁବାଷ ଜେନା କହିଛନ୍ତି ରାଜ୍ୟ କାର୍ଯ୍ୟାଳୟରେ ହଠାତ୍ ଏକ ଜରୁରୀ ବୈଠକ ଡ଼କାଯିବାରୁ ସେମାନେ ସଙ୍କଳ୍ପ ସମାବେଶକୁ ଆସି ପାରି ନଥିଲେ । ତେବେ ଏଠାରେ ବିଜେପିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିବା ବାଦ ବିବାଦ ଓ ପୃଥକ ସଭା ସମାବେଶ ହେଉଥିବାରୁ ଅଧିକାଂଶ ନେତା ଆସିବାକୁ ଅନିଛା ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । ମୁଖ୍ୟତଃ ସମାବେଶରେ ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ଥିବା ବେଳେ ବରିଷ୍ଠ ନେତା ସୁବାଷ ଗନ୍ତାୟତଙ୍କ ପାର୍ଥୀତ୍ୱକୁ ସମର୍ଥନ କରି ଏହି ସମାବେଶ କରାଯାଇଥିବା କିଛି କାର୍ଯ୍ୟକର୍ତା ନାମ ଗୋପନ ରଖି ପ୍ରକାଶ କରିଛନ୍ତି ।