ଖୋର୍ଦ୍ଧା ନିକଟସ୍ଥ ବରୁଣେଇ ପାଦ ଦେଶରେ ନିର୍ମିତ ହେବ ପାଇକ ସ୍ମାରକ

0

(ଶେଖ୍ ଅରଶଦ୍ ଉଲ୍ ହକ୍ )ଖୋର୍ଦ୍ଧା: ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମା ବରୁଣେଇ ଠାରେ ନିର୍ମିତ ହେବାକୁ ଥିବା ନିର୍ମାଣ ପାଇକ ସ୍ମାରକୀ ସ୍ଥାନ ପରିଦର୍ଶନ କରିଛନ୍ତି । ସୂଚନା ଯୋଗ୍ୟ ୧୦୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ସ୍ମାରକୀ ପାଇଁ ରାଜ୍ୟ ସରକାର ସ୍ଥାନୀୟ ବରୁଣେଇ ପାଦଦେଶରେ ୧୦ ଏକର ପରିମିତି ବିଶିଷ୍ଟ ଜମି ଯୋଗାଇ ଦେଇଛନ୍ତି । ଖାତା ନମ୍ବର ୩୪୦, ପ୍ଲ୍ଟନମ୍ବର – ୮୬୫, ୮୨୭, ୮୨୪/୧୦୦୧, କିସମ-ପୁରାତନ ପତିତ ଜମିରେ ଏହି ପାଇକ ସ୍ମାରକୀ ସ୍ତମ୍ଭ ନିର୍ମାଣ କରାଯିବ । ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭିତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ମଙ୍ଗଳବାର ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ମନ୍ତ୍ରୀ ଶ୍ରୀ ପ୍ରଧାନ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ ପର୍ଯ୍ୟଟନ ବିଭାଗର ପରିଚାଳନା ନିର୍ଦ୍ଦେଶକ ନିର୍ମଳ ଚନ୍ଦ୍ର ମିଶ୍ର, ସଂସ୍କୃତି ବିଭାଗ ସଚିବ ବିଜୟ କୁମାର ନାୟକ, ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ, ଉପଜିଲ୍ଲାପାଳ ସୁଭେନ୍ଦ୍ରୁ କୁମାର ସାମଲ, ପୌରନିର୍ବାହୀ ଅଧିକାରୀ ଶେତାପଦ୍ମା ଡ଼ି. ଶତପଥୀଙ୍କ ସମେତ ବିଭିନ୍ନ ପାଇକ ସଂଗଠନ ଓ ସ୍ଥାନୀୟ ବୁଦ୍ଧିଜୀବି ଉପସ୍ଥିତ ଥିଲେ ।