ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଠାରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

0

(ଶେଖ୍ ଅରଶଦ୍ ଉଲ୍ ହକ୍)ଖୋର୍ଦ୍ଧା: ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଠାରେ ଏକ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ୱାଇଁ, ଟାଉନ ଥାନା ଆଇ ଆଇ ସି ଉମା ଶଙ୍କର ସିଂ, ଏସ ଡି ପି ଓ. ସୁଶୀଲ ମିଶ୍ର ତଥା ଅନ୍ୟାନ୍ୟ ପୋଲିସ ଅଧିକାରୀ, ଖୋର୍ଦ୍ଧାର ବରିଷ୍ଠ ନାଗରିକ ଏବଂ ସାମ୍ବାଦିକ ଉପସ୍ଥିତ ରହି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କର ନୂତନ ମୋଟର ଯାନ ଆଇନ ସମ୍ବନ୍ଧରେ ଲୋକଙ୍କୁ ଅବଗତ କରିବା ସହିତ ହେଲମେଟ ତଥା ସିଟ ବେଲ୍ଟ ବ୍ୟବହାର କରିଥିବା ଚାଳକଙ୍କୁ ଚକଲେଟ ବଣ୍ଟନ କରିଥିଲେ । ନିୟମକୁ ଉଲଂଘନ କରିଥିବା ଚାଳକଙ୍କୁ ହେଲମେଟ ଓ ସିଟ ବେଲ୍ଟ୍ର ଉପଯୋଗୀତା ବିଷୟରେ ଅବଗତ କରାଇଥିଲେ।