(ବିଜୟ କୁମାର କାରୁଆ / କେନ୍ଦୁଝର): କୃଷି ଓ କୃଷକଙ୍କ ବିକାଶ ନିମନ୍ତେ ଗ୍ରାମାଞ୍ଚଳରେ ସମବାୟ ସମିତି ଏକ ପ୍ରମୁଖ ଗୁରୁ ଦାଇତ୍ବ ବହନ କରିଛି । କୃଷି କ୍ଷେତ୍ରରେ ଲ୍ୟାମ୍ପ ରେ ଚାଷୀମାନେ ଟଙ୍କା ଜମା କରିବା । ଚାଷ ପାଇଁ ଋଣ ନେବା ଆଦି କାର୍ୟ୍ୟ ହେଉଥିବା ବେଳେ କେବଳ କୃଷି ଓ କୃଷକ ନୁହେଁ କ୍ଷୁଦ୍ର ବ୍ୟବସାୟୀ ଉଦ୍ୟୋଗ ବ୍ୟବସାୟୀ ଓ ସର୍ବ ସାଧାରଣଙ୍କ ପାଇଁ ସମବାୟ ବ୍ୟାଙ୍କ ର ଆବଶ୍ୟକତା ଥିବା ବେଳେ ସୋମବାର ପାଟଣା ରେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ର ଏକ ଶାଖା ଖୋଲିଛି ।କୋଭିଡ କଟକଣା ଯୋଗୁ ଏହି ଶାଖା ଉଦଘାଟନ ପାଇଁ କୌଣସି ସ୍ଵତନ୍ତ୍ର ଉତ୍ସବ କରାଯାଇ ନାହିଁ । ଶାଖା ପରିଚାଳକ ପ୍ରସନ୍ନ କୁମାର ମହାପାତ୍ର ଓ କୋଷାଧ୍ୟକ୍ଷ ବିଶ୍ବ ରଞ୍ଜନ ପୋଥାଳଙ୍କ ସହ ପାଟଣା ଲ୍ୟାମ୍ପର ନିର୍ଦ୍ଦେଶକ ସର୍ବଶ୍ରୀ ଅଜିତ କୁମାର ସେଠୀ, ପ୍ରମୋଦ କୁମାର ଭଞଓ ଯୁଗୋଳ କିଶୋର ଦାଶ ପ୍ରମୁଖଙ୍କ ଉପସ୍ଥିତିରେ ଅନ୍ୟ ପରିଚାଳକ ଭାବେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ର ପାଟଣା ଶାଖା ଉଦଘାଟିତ ହୋଇଛି । ଏହି ଶାଖା ଏ.ଟି.ଏମ ସୁବିଧା ମଧ୍ୟ ଯୋଗାଇ ଦେବ ବୋଲି କୁହାଯାଇଛି ।