ଗଙ୍ଗାରେ ଶବ ପୋଡୁଥିବା ବେଳେ ବିଜେପି କେଉଁଠି ଥିଲା ?

Where was the BJP when the bodies were burnt in the Ganges?

0

ରିପୋର୍ଟସ ଟୁଡେ ବ୍ୟୁରୋ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏବେ କ୍ଷମତା ରାଜନୀତି ସରଗରମ ହେବାରେ ଲାଗିଛି । ଆଜି ସମାଜାବଦୀ ପାର୍ଟି ସପକ୍ଷରେ ପ୍ରଚାର କରିବାକୁ ୟୁପି ପହଂଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି କ୍ରମରେ ଏକ ସାମ୍ବାଦିକ ସମ୍ମିଳନୀରେ ମମତା ବାନାର୍ଜୀ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ମମତା ଯୋଗୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କି ହାଥରସ ଘଟଣା, ଓନାଓ ଘଟଣା ଓ କୋଭିଡ ମହାମାରୀ ବେଳେ ଗଙ୍ଗାରେ ଯେତେବେଳେ ଶହ ଶହ ଶବ ପକାଯାଉଥିଲା ସେତେବେଳେ ଯୋଗୀ ସରକାର କେଉଁଠି ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏନେଇ ଯୋଗୀଙ୍କୁ ଜନତାଙ୍କ ଆଗରେ କ୍ଷମା ମାଗିବା ଦରକାର ବୋଲି ମମତା କହିଛନ୍ତି । ଅନ୍ୟପଟେ ମମତା ଲୋକମାନଙ୍କୁ ଅନୁରୋଧ କରିଥିଲେ କି ସମାଜବାଦୀ ପାର୍ଟିକୁ ଭୋଟ ଦେଇ ପୁଣିଥରେ ରାଜ୍ୟ ଶାସନ କ୍ଷମତା ଅଖିଳେଶଙ୍କ ହାତରେ ଦିଅନ୍ତୁ । ଏହାସହ ବିଜେପି ଦ୍ୱାରା ଦିଆଯାଇଥିବା ମିଛ ପ୍ରତିଶ୍ରୁତିକୁ ପ୍ରତ୍ୟାଖାନ କରିବାକୁ ସେ ୟୁପିବାସୀଙ୍କୁ ଅନୁରୋଧ କରିଛନ୍ତି । କେବଳ ସେତିକି ନୁହେଁ ମାର୍ଚ୍ଚ ୩ ତାରିଖରେ ପୁଣି ମମତା ଅଖିଳେଶଙ୍କ ସମର୍ଥନରେ ବାରଣାସୀରେ ପ୍ରଚାର କରିବେ ବୋଲି ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅଖିଳେଶ କହିଛନ୍ତି କି ବିଜେପିର ମିଥ୍ୟା ବିମାନ ଉତ୍ତର ପ୍ରଦେଶରେ ଉହ୍ଲାଇପାରିବ ନାହିଁ । ପଶ୍ଚିମବଙ୍ଗରେ ବିଜେପି ଯେଭଳି ନିଜର ସମସ୍ତ ଶକ୍ତି ଲଗାଇ ବି ପରାସ୍ତ ହୋଇଥିଲା ଉତ୍ତର ପ୍ରଦେଶରେ ବିଜେପିକୁ ସେମିତି ଝଟକା ଦେବେ ଭୋଟର ବୋଲି ସେ କହିଛନ୍ତି । ଦିଦିଙ୍କୁ ଦେଖି ସମସ୍ତ ବିଜେପି ନେତାଙ୍କ ମନରେ ପଶ୍ଚିମବଙ୍ଗ ପରାଜୟ ମନେ ପଡୁଛି ଓ ମାର୍ଚ୍ଚ ୧୦ ତାରିଖରେ ଦିଦିଙ୍କ ସହ ରଶଗୋଲା ଖାଇବେ ବୋଲି ଅଖିଳେଶ କହିଛନ୍ତି ।