ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ହୋଇପାରେ ବଡ ଧରଣର ଆକ୍ରମଣ । ଏନେଇ ଆଶଙ୍କା କରିଛି ଗୁଇନ୍ଦା ବିଭାଗ । ଦିଲ୍ଲୀ ପୋଲିସକୁ ଗୁଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି । ଇଣ୍ଟେଲିଜେନ୍ସ ବ୍ୟୁରୋ ଦିଲ୍ଲୀ ପୋଲିସକୁ ନଅ ପୃଷ୍ଠାର ସତର୍କ ସୂଚନା ଜାରି କରିଛି ।
ଦେଶର ବହୁ ନେତାଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରାଯାଉଛି । ଆଇଏସଆଇ ନିର୍ଦ୍ଦେଶରେ ଖଲିସ୍ତାନ ଲିବରେସନ ଫୋର୍ସ ଏହି ଆକ୍ରମଣ କରିବାକୁ ଯାଉଥିବା ଆଶଙ୍କା କରାଯାଉଛି । ଖଲିସ୍ତାନ ଲିବରେସନ ଫୋର୍ସ ଇସଲାମୀୟ ଆତଙ୍କବାଦୀଙ୍କ ସହିତ ହାତ ମିଶାଇ ଆକ୍ରମଣ ଯୋଜନା କରୁଛି ବୋଲି ଗୋଇନ୍ଦା ରିପୋର୍ଟ କହୁଛି । ଜନଗହଳିପୂର୍ଣ୍ଣ ସ୍ଥାନରେ ଆକ୍ରମଣ ଆଶଙ୍କା କରାଯାଉଛି । ତେଣୁ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।