ଗାଁକୁ ପହଞ୍ଚିଲାନି ଅଟୋ, ଖଟିଆରେ ବୁହା ହେଲେ ରୋଗୀ

0

(ଅଜିତ ସାହୁ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର ବିଭିନ୍ନ ଅଞ୍ଚଳ ଏବେ ଜଳମଗ୍ନ । ପ୍ରବଳ ବର୍ଷା ଯୋଗୁ ବୁଡି ଯାଇଛି ଗାଁ ରାସ୍ତା । ଫଳରେ ରୋଗୀଙ୍କୁ ଖଟିଆରେ ବୋହିଛନ୍ତି ଗ୍ରାମବାସୀ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବ୍ଲକ ଅନ୍ତର୍ଗତ ଖାଲିମା ଗାଁର କାଳିଚରଣ ଭୂୟାଁଙ୍କ ସ୍ତ୍ରୀ କମଳି ଭୂୟାଁ ଦୀର୍ଘ ଦିନ ଧରି ରୋଗାକ୍ରାନ୍ତ ଥିଲେ । ଗତକାଲି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲ ନେବା ପାଇଁ ଅଟୋ ଡକାଯାଇଥିଲା । ମାତ୍ର ରାସ୍ତାଟି କାଦୁଅ ପଚପଚ ସାଙ୍ଗକୁ ପାଣି ଜମି ରହିଥିବାରୁ ଅଟୋ ପହଞ୍ଚି ପାରିନଥିଲା । ଏଣୁ ବାଧ୍ୟ ହୋଇ ଗ୍ରାମବାସୀ ତାଙ୍କୁ ଖଟିଆରେ ବୋହି ଅଟୋ ନିକଟରେ ପହଞ୍ଚାଇଥିଲେ । ସେଠାରୁ ଅଟୋ ଯୋଗେ ନିଆଯାଇ ତାଙ୍କୁ ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।