(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଦୀପାବଳିରେ ବାଣ ତିଆରି ନେଇ ପ୍ରଶାସନିକ କଟକଣା ଥିବା ସତ୍ୱେ ଗାଙ୍ଗପୁର ଥାନା ଅଧୀନରେ ଥିବା କ୍ଷେତ୍ରୀୟ ବ୍ରହ୍ମପୁର ଓ ବିଞ୍ଚଣା ଗ୍ରାମରେ ବେଆଇନ ବାଣ ତିଆରି ସହ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ବିପୁଳ ପରିମାଣର ବାଣ ଜବତ କରିଛି । ବିଶେଷ ସୂତ୍ରରୁ ଖବର ପାଇ ଗାଙ୍ଗପୁର ପୋଲିସ କ୍ଷେତ୍ରୀୟ ବ୍ରହ୍ମପୁର ଓ ବିଞ୍ଚଣା ଗ୍ରାମରେ ବାଣ ତିଆରି କାରଖାନା ଉପରେ ଚଢ଼ାଉ କରିଥିଲା । ତାଳ ବାଣ, ବମ୍ବ, ଝରି ବାଣ, ଶବ୍ଦ କରୁଥିବା ବାଣ ଏବଂ ବିଭିନ୍ନ ପ୍ରକାରର ବାଣ ଜବତ କରାଯାଇଥିବା ନେଇ ଆଇ ଆଇ ସି ସୂଚନା ଦେଇଛନ୍ତି । ବାଣ ଗୁଡିକର ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ପୋଲିସ ଅନୁମାନ କରିଛି । ବାଣ ତିଆରି ଓ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ଅଜିତ କୁମାର ତ୍ରିପାଠୀ (୫୩) ଓ ଅନନ୍ତ ପାତ୍ର (୨୯) କୁ ଗିରଫ କରି ଥାନା କେଶ ନମ୍ବର ୩୨୨/୨୦ ଓ ୩୨୩/୨୦ ରେ ଦୁଇଟି ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଆଇ ଆଇ ସି ଧୀରେସ କୁମାର ଦାସ ସୂଚନା ଦେଇଛନ୍ତି ।