(ଆଦର୍ଶ ରାଉତ)ଭୁବନେଶ୍ୱର: ଆଜି ଗୃହରେ ମହାତ୍ମାଗାନ୍ଧୀ ଓ ନାଥୁରାମ ଗଡ଼େସଙ୍କୁ ନେଇ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ଫଳରେ ଗୃହ କାର୍ଯ୍ୟ ବାଧା ହୋଇଛି । ଏ ନେଇ ଶାସକ ଦଳ ତରଫରୁ କୁହାଯାଉଛି ଯେ ଉଭୟ ବିରୋଧୀ ମାନେ ରାଜ୍ୟବାସୀଙ୍କ ହିତ ଚାହୁଁନାହାନ୍ତି । ସେଥିପାଇଁ ଗୃହର ଗୁରୁତ୍ୱପୁର୍ଣ୍ଣ ସମୟକୁ ନଷ୍ଟ କରିବାକୁ ଚାହୁଁଛନ୍ତି ।