(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ବିଚାର ଧାରାରୁ ଲୋକଙ୍କୁ ଅଲଗା କରୁଛି ବିଜେପି ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ସୋନିଆ ଏହା କହିଛନ୍ତି । ରାଷ୍ଟ୍ରପତିଙ୍କ ନାମ ନେବା ପଛରେ ବିଜେପିର ରାଜନୈତିକ ଚାଲ ଥିବା କହିଛନ୍ତି । ଗାନ୍ଧୀଙ୍କ ନାମ ନେଇ ତାଙ୍କ ରାସ୍ତାରୁ ଲୋକଙ୍କୁ ଅବାଟକୁ ନେଉଛନ୍ତି । ଦେଶର ମୂଳଦୁଆ ଗାନ୍ଧୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ଲଗାତର ଗାନ୍ଧୀଙ୍କ ନାମ ନେଇ ଯେଉଁ ପ୍ରୟାସ କରୁଛନ୍ତି ତା ଉପରେ ପ୍ରଶ୍ନବାଚୀ ଠିଆ କରିଛନ୍ତି ସୋନିଆ । ଜାତିର ପିତାଙ୍କ ନାମ ନେବା ସହଜ କିନ୍ତୁ ତାଙ୍କ ପଥରେ ଚାଲିବା କଷ୍ଟକର ।