ଗାନ୍ଧୀମାର୍ଗ ସହ ବିଭିନ୍ନ ପାର୍ଟି ଅଫିସରେ ପତକା ଉତ୍ତୋଳନ

0

(ମୃ୍ତୃଞ୍ଜୟ/ ତ୍ରିଲୋଚନ ): ଆଜି ସମଗ୍ର ଦେଶରେ ୭୦ ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଉଛି। ଚଳିତ ବର୍ଷ ଭୁବନେଶ୍ୱରର ମହାତ୍ମା ଗାନ୍ଧି ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଛନ୍ତି। ସେହପରି କଟକରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ ସମସ୍ତେ ଏକଜୁଟ ହୋଇ ମାଟି ପାଇଁ କାମ କରିବାକୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ବିଭିନ୍ନ ପାର୍ଟିର୍ ଅଫିସରେ ପତକା ଉତ୍ତୋଳନ ହୋଇଯାଇଛି । କଂଗେସ ,ବିଜେପି ଓ ବିଜେଡ଼ି ପାର୍ଟି ଅଫିସରେ ନେତା ,ମନ୍ତ୍ରୀ ଓ କର୍ମୀଙ୍କ ଉପସ୍ଥିତିରେ ପତକା ଉତ୍ତୋଳନ ହେବା ସହ ଦେଶବାସିଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।