ଗୁଇନ୍ଦା ରିପୋର୍ଟ ପରେ କାଶ୍ମୀର ଘାଟି ଛାଡୁଛନ୍ତି ଶିକ୍ଷାର୍ଥୀ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆତଙ୍କବାଦୀ ଆକ୍ରମଣ ଗୁଇନ୍ଦା ବିଭାଗ ଦେବା ପରେ ପ୍ରଶାସନ ଶୁକ୍ରବାର ଅମରନାଥ ଯାତ୍ରୀ ଏବଂ ପର୍ୟ୍ୟଟକମାନଙ୍କୁ ତୁରନ୍ତ କଶ୍ମୀର ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲା । ତେଣୁ ଶନିବାର ଦିନ ଜାମ୍ମୁ ଓ କାଶ୍ମୀର ସରକାର ଶ୍ରୀନଗରସ୍ଥିତ ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ଅଧ୍ୟୟନ କରୁଥିବା ଅଣ-ଆଞ୍ଚଳିକ ଶିକ୍ଷାର୍ଥୀମାନଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଛି।
ଶୁକ୍ରବାର ସନ୍ଧ୍ୟାରେ ନୋଟିସ୍‌ ଜାରି କରି ଏନ୍‌ଆଇଟି ପରବର୍ତ୍ତୀ ଆଦେଶ ଯାଏଁ ପ୍ରତିଷ୍ଠାନରେ ପଢ଼ାପଢ଼ି ସ୍ଥଗିତ ରଖିବାକୁ କହିଛି। ତେଣୁ ଶନିବାର ସକାଳୁ ବହୁସଂଖ୍ୟକ ଏନ୍‌ଆଇଟି ଶିକ୍ଷାର୍ଥୀ ସେମାନଙ୍କର ଲଗେଜ୍‌ ଧରି କାଶ୍ମୀର ବାହାରକୁ ଚାଲିଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି। ଏନ୍‌ଆଇଟିରେ ପ୍ରାୟ ୮୦୦ ଶିକ୍ଷାର୍ଥୀ ନାମ ଲେଖାଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅଧା ହେଉଛନ୍ତି ଦେଶର ବିଭିନ୍ନ ରାଜ୍ୟର। ଯାତ୍ରୀ ଏବଂ ପର୍ୟ୍ୟଟକମାନଙ୍କୁ କାଶ୍ମୀର ବାହାରକୁ ନେବା ଲାଗି ଏବେ ପ୍ରଶାସନ ବସ୍‌ ଏବଂ ବିମାନ ବନ୍ଦୋବସ୍ତ କରୁଛି।