ଗୁଗୁଲ ପାଳିଲା ମହାକୁମ୍ଭ ମେଳା

Google celebrates Mahakumbh Mela

0

ପ୍ରୟାଗରାଜରେ ଚାଲିଥିବା ମହାକୁମ୍ବ ମେଳାକୁ ନେଇ ଏବେ ପୁରା ବିଶ୍ୱରେ ଚର୍ଚ୍ଚା ।  ମହାପର୍ବକୁ ନେଇ ଏବେ ସମସ୍ତ ଭାରତୀୟ ବେଶ୍ ଉତ୍କଣ୍ଠିତ । ଏବେ ଏହି ମହାକୁମ୍ଭକୁ ନେଇ ଗୁଗୁଲ ମଧ୍ୟ ତାର ସର୍ଚ୍ଚ ପ୍ଲାଟଫର୍ମରେ ସ୍ୱତନ୍ତ୍ର ଫିଚର  ଆରମ୍ବ କରି ଦେଇଛି। ଯେଉଁ ଉପଭୋକ୍ତାମାନେ ‘କୁମ୍ବ’, ‘ମହା କୁମ୍ବ’, ‘କୁମ୍ବ ମେଲା’, କିମ୍ବା ‘ମହାକୁମ୍ବ’ ପରି ଶବ୍ଦ ଖୋଜଛନ୍ତି, ସେମାନଙ୍କ ସ୍କ୍ରିନ୍ ରେ ଗୁଗୁଲ ଗୋଲାପ ଫୁଲର ବର୍ଷା କରୁଛି  |

ବିଶ୍ୱର ସର୍ବ ବୃହତ ଆଧ୍ୟାତ୍ମିକ ସମାବେଶ ମଧ୍ୟରୁ ମହାକୁମ୍ଭ ମେଳା ସ୍ୱତନ୍ତ୍ର ।  ଜାନୁୟାରୀ 13 ତାରିଖରୁ ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଏହି ମହାକୁମ୍ଭ ଆରମ୍ଭ ହୋଇଥିଲା । ଏବଂ ଫେବୃଆରୀ 26 ତାରିଖରେ ପର୍ଯ୍ୟନ୍ତ ଏହା ଚାଲିବ । ଥଣ୍ଡା ଏବଂ ଘନ କୁହୁଡ଼ି ସତ୍ତେ ଏହାକୁ ଖାତିର ନକରି ଲକ୍ଷ ଲକ୍ଷ ଭକ୍ତ ତ୍ରିବେଣୀ ସଙ୍ଗମକୁ ଆସୁଛନ୍ତି । ପବିତ୍ର ବୁଡ଼ ପକାଇବା ସହ ଆଧ୍ୟାତ୍ମିକ  ଏବଂ ମୋକ୍ଷ ଖୋଜୁଛନ୍ତି  |

ଏଠାକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ପରିମାଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଟେଲିକମ୍ ବିଭାଗ ମେଳା ଅଞ୍ଚଳରେ ଟେଲିକମ୍ ଭିତ୍ତିଭୂମି ଏବଂ ସର୍ବସାଧାରଣ ସ୍ଥାନଗୁଡିକୁ ଉନ୍ନତ କରି ପରିଦର୍ଶକମାନଙ୍କ ପାଇଁ ନିରନ୍ତର ଯୋଗାଯୋଗ ସୁନିଶ୍ଚିତ କରିଛନ୍ତି | ଏହା ସହିତ, ହଜିଯାଇଥିବା ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କ ପରିବାର ସହିତ ପହଞ୍ଚାଇବା ପାଇଁ  ଏକ AI- ଆଧାରିତ କମ୍ପ୍ୟୁଟରୀକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି |