ଗୁଡି ଉଡିବା ମନା

0

ଗୁଡି ଉଡିବା ହେଲା ମନା ।  ପାକିସ୍ତାନର ପଞ୍ଜାବରେ ଗୁଡ଼ି ଉଡ଼ାଣକୁ ନିଷିଦ୍ଧ କରାଯାଇଛି। ଯଦି କେହି ଗୁଡ଼ି ଉଡ଼ାଉଥିବା ଅବସ୍ଥାରେ ଧରାପଡ଼ନ୍ତି , ତେବେ ତାଙ୍କୁ 3 ରୁ 5 ବର୍ଷ ଜେଲଦଣ୍ଡ କିମ୍ବା 20 ଲକ୍ଷ ପାକିସ୍ତାନୀ ଟଙ୍କା ଜରିମାନା ହୋଇପାରେ। ଜରିମାନା ଅନାଦେୟ ହେଲେ ଅତିରିକ୍ତ ଗୋଟିଏ ବର୍ଷ ଜେଲଦଣ୍ଡ ହୋଇପାରେ।

ଏହି ବିଲ୍ ଗୁଡ଼ି ତିଆରି ଏବଂ ବିକ୍ରୟ କରୁଥିବା ଲୋକଙ୍କ ପାଇଁ କଠୋର ଦଣ୍ଡ ଘୋଷଣା କରିଛି। ସେମାନଙ୍କୁ 5 ରୁ 7 ବର୍ଷ ଜେଲଦଣ୍ଡ କିମ୍ବା 50 ଲକ୍ଷ ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡିତ କରାଯାଇପାରେ। ଜରିମାନା ଅନାଦେୟ ହେଲେ ଅଧିକ ୨ ବର୍ଷ ଜେଲଦଣ୍ଡ ହୋଇପାରେ।

ଏହି ଆଇନରେ, ନାବାଳକଙ୍କ ପାଇଁ ଦଣ୍ଡ ପାଇଁ ପୃଥକ ବ୍ୟବସ୍ଥା କରାଯାଇଛି। ପ୍ରଥମ ଥର ପାଇଁ ନାବାଳକଙ୍କୁ ୫୦,୦୦୦ ଟଙ୍କା ଏବଂ ଦ୍ୱିତୀୟ ଥର ପାଇଁ ୧ ଲକ୍ଷ ଟଙ୍କା ଜରିମାନା କରାଯିବ। ତୃତୀୟ ଥର ପାଇଁ ଅପରାଧ କରିବା ପାଇଁ, କିଶୋର ନ୍ୟାୟ ଆଇନ ୨୦୧୮ ଅନୁଯାୟୀ ଦଣ୍ଡ ଦିଆଯିବ।