ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲର ଶତାଦ୍ଧୀ ଉତ୍ସବ ଅନୁଷ୍ଠିତ

0

(ଜୟନ୍ତ କୁମାର ସେଠୀ)ଗୋପ: ପିପିଲି ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲରେ ଶତାଦ୍ଧୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମକୁ ମହାମହିମ ରାଜ୍ୟପାଳ ଉଦଘାଟନ କରିଥିବା ବେଳେ ପିଲା ମାନଙ୍କ ମଧ୍ୟରେ ଇଶ୍ଵରଙ୍କ ରୂପ ରହିଛି, ପିଲା ମାନେ ସବୁକିଛି କରି ପାରିବେ ବୋଲି ମତ ରଖିଥିବା ବେଳେ ଛାତ୍ର ଛାତ୍ରୀ ମାନେ ପ୍ରକୃତି ପ୍ରେମୀ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ପୁରାତନ ଅବସରପ୍ରାପ୍ତ ଶିକ୍ଷକ,ପୁରାତନ ଛାତ୍ର ମାନଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଂ।ସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ପୁରାତନ ଛାତ୍ରଙ୍କ ଦ୍ୱାରା ପଣ୍ଡିତ ଗାଁ ସୁଆଣ୍ଡ ଗ୍ରାମ ରୁ ଗୋପବନ୍ଧୁଙ୍କ ଜ୍ୟୋତି ଵାହାରି ଵିଭିନ୍ନ ଛକ,ଗ୍ରାମ ଦେଇ ଦାଣ୍ଡମୁକୁଦ୍ ପୁରେ ପହଞ୍ଚି ଥିଲା ।