ଗୋଆ ବିଚରେ ଏଣିକି ମଦ୍ୟପାନ ମହଙ୍ଗା ହେବ

0

(ରିପୋର୍ଟରସ ଟୁଡେ) ଭୁବନେଶ୍ୱର: ଗୋଆ ସରକାରଙ୍କ ଏବେ ନୂଆ ନିୟମ । ଗୋଆ ବିଚ୍ରେ ମଦ୍ୟପାନ କରିବା, ଖୋଲା ଜାଗାରେ ଖାଦ୍ୟ ଫିଙ୍ଗିବା ଓ ଅଳିଆ ପକାଇବା ଏବେ ପର୍ୟ୍ୟଟକଙ୍କ ପାଇଁ ମହଙ୍ଗା ପଡ଼ିବ। ଗୋଆ ସରକାର ଏବେ ଏହାକୁ ଅପରାଧ ଶ୍ରେଣୀରେ ସାମିଲ କରିଛନ୍ତି। ଯଦି କୌଣସି ବ୍ୟକ୍ତି ଉପରୋକ୍ତ ଅପରାଧଏକାକୀ କରେ, ତେବେ ତାକୁ ଦୁଇହଜାର ଟଙ୍କାର ଜରିମାନା ଦେବାକୁ ପଡ଼ିବ। ଅନ୍ୟପକ୍ଷରେ ଯଦି ସାମୁହିକ ଭାବେ ଏହି କାର୍ୟ୍ୟ କରିବେ, ତେବେ ୧୦ହଜାର ଟଙ୍କାର ଜରିମାନା ଗଣିବାକୁ ହେବ। ସରକାର ଗୋଆ ଟୁରିଷ୍ଟ ପ୍ଲେସେସ୍ପ୍ରୋଟେକ୍ସନ୍ ଆଣ୍ଡ୍ ମେଣ୍ଟେନାନ୍ସ ଆକ୍ଟ ୨୦୦୧ଅନୁଯାୟୀ ସଂଶୋଧନର ପ୍ରସ୍ତାବ ପ୍ରସ୍ତୁତ କରିଛି।ଏହି ପ୍ରସ୍ତାବକୁ ଆଗାମୀ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ୍ ବୈଠକରେ ଅନୁମୋଦନ ଲାଭ କରିବ। ଯେଉଁମାନେ ତିନି ମାସ ମଧ୍ୟରେ ଜରିମାନା ପଇଠ ନ କରିବେ, ସେମାନଙ୍କ ଲାଗି ତିନିମାସର ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଏଥିରେ କୁହାଯାଇଛି। ଗୋଆ ପର୍ୟ୍ୟଟନ ମନ୍ତ୍ରୀ କହିଛନ୍ତି ଯେ ଗୋଆର ପରିଷ୍କାର-ପରିଚ୍ଛନ୍ନତାର ଦାୟିତ୍ୱ ବସ୍ତିରେ ରହୁଥିବା ଲୋକମାନଙ୍କୁ ଦିଆଯିବ।