ଗୋଇଠି ଫଟା ସମସ୍ୟାର ଘରୋଇ ଉପଚାର ..

0

ଭୁବନେଶ୍ୱର/ ସଞ୍ଜୁ – ଆରମ୍ଭ ହେଲାଣି ଶୀତଋତୁ । ଥଣ୍ଡାଜଳବାୟୁ ଯୋଗୁଁ ଦେହ ହାତ ଶୁଷ୍କ ହୋଇଯାଏ । ଅଧିକାଂଶ ଲୋକଙ୍କର ଗୋଇଠି ଫାଟିବା ସହ ଚାଲିବା ବେଳେ ଦରଜ ହେବା ଓ ବେଳେ ବେଳେ ରକ୍ତ ବାହାରିଥାଏ ।
ଗୋଇଠି ଫଟା ସମସ୍ୟାରୁ ମୁକ୍ତି ପାଇବାପାଇଁ  ଆସନ୍ତୁ ଜାଣିବା କଣ ରହିଛି  ଘରୋଇ ଉପଚାର…
ସାଧାରଣତଃ ଶୀତଦିନେ ଗୋଡ ମଇଳା ହୋଇଯାଏ । ପାଦ ମାଇଳା ଓ ଶୁଷ୍କ ହେଲେ ଗୋଇଠି ଫାଟିଥାଏ । ତେବେ ଏହି ଦିନକୁ ନିୟମିତ ସଫା ରଖନ୍ତୁ ।
ପ୍ରତିଦିନ ଶୋଇବାବେଳେ ଉଷୁମ ପାଣିରେ ଗୋଡ ସଫା କରି ଶୁଅନ୍ତୁ । ଗୋଟିଏ ପାତ୍ରରେ ପାଣି ଗରମ କରି ସେଥିରେ ଲୁଣ ସାମ୍ପୁ ମିଶାଇ ପାଦକୁ ୧୫ ମିନିଟ ରଖନ୍ତୁ । ଆପଣ ସ୍କବ୍ରର ସାହାଯ୍ୟରେ ପାଦକୁ ଘଷି ସଫା କରନ୍ତୁ । ଏହା ଦ୍ୱାରା ପାଦରୁ ମୃତ କୋଷ ସବୁ ବାହାରି ଯାଇଥାଏ । ପାଦରୁ ମଇଳା ମଧ୍ୟ ଛାଡିଯାଏ । ଏହା ପରେ ପାଦକୁ ପୋଛି ଦିଅନ୍ତୁ ।  ପ୍ରତିଦିନ ରାତିରେ ନଡିଆ ତେଲ କିମ୍ବା ସୋରିଷ ତେଲ ପାଦରେ ମାଲିସ କରିପାରିବେ । ଅଥବା ଗୋଇଠିରେ ଭ୍ୟାଲସିନ୍ ଲଗାଇ ଶୁଅନ୍ତୁ । ରାତିରେ ଶୋଇବା ବେଳେ ମୈାଜା ପିନ୍ଧି ଶୁଅନ୍ତୁ । ଯଦି ପାଦ ଅତି ଶୁଖିଲା ହୋଇଥାଏ ତା ହେଲେ ମଏଶ୍ଚରାଇଜର ନିୟମିତ ଲଗାନ୍ତୁ । ଡାକ୍ତରଙ୍କ ସହ ପରାମର୍ଶ କରି ଲୋସନ କିଣିପାରିବେ ।
ଯଥାସମ୍ଭବ ନିତିଦିନ ମୈାଜା ପିନ୍ଧିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ୱାରା ପାଦ ବେଶି ମଇଳା ହେବ ନାହିଁ । ସେହିଭଳି ପାଦକୁ ଫିଟ୍ ହେଉଥିବା ପରି ଜୋତା ପିନ୍ଧନ୍ତୁ ।
ଗାଧୋଇବାବେଳେ ଅଧିକ ଗରମ ପାଣିର ବ୍ୟବହାର କରନ୍ତୁ ନାହିଁ । ଏହା ଫଳରେ ଦେହ ହାତ ଶୁଷ୍କ ହୋଇଥାଏ ।
ଯଦି ଗୋଇଠି ଫାଟି ରକ୍ତ ବାହାରୁଛି , ତେବେ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଦରକାର ।