(ମମତା ସାମଲ)ରିପୋର୍ଟସଟୁଡେ: ଗଞ୍ଜାମ ଜିଲ୍ଲା ପାଲିଆ ଛତ୍ରପୁର ଗାଁର ମଝି ସାହିରେ ଏକ ଦୁଃଖଦ ଘଟଣା ଘଟିଛି । ଗୋଟିଏ ଘରୁ ତିନିଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକମାନେ ହେଲେ ବୃନ୍ଦାବନ ନାୟକ,ତାଙ୍କ ସ୍ତ୍ରୀ ଉର୍ମିଳା ନାୟକ ଓ ଝିଅ ସୁନୀତା ନାୟକ ।
ସୂଚନା ଅନୁଯାୟୀ, ଉର୍ମିଳା ଓ ସୁନୀତାଙ୍କ ମୃତଦେହ ଘର ବାହାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ବୃନ୍ଦାବନଙ୍କ ମୃତଦେହ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏଣୁ ବୃନ୍ଦାବନ ପ୍ରଥମେ ସ୍ତ୍ରୀ ଓ ଝିଅଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।
ଆଜି ସକାଳେ ସ୍ଥାନୀୟ ଲୋକେ ମା’ ଓ ଝିଅଙ୍କ ମୃତଦେହ ଘର ବାହାରେ ପଡ଼ିଥିବା ଦେଖିଥିଲେ। ଏନେଇ ପୁଲିସ୍କୁ ଖବକୁ ଦେଇଥିଲେ। ନିଜେ ଗଞ୍ଜାମ ଏସ୍ପି ବ୍ରିଜେଶ ରାୟ ଘଟଣାସ୍ଥଳରେ ପହଞ୍ଚି ମାମଲାର ଖୋଳତାଡ଼ ଆରମ୍ଭ କରିଛନ୍ତି।
ମୃତ ବୃନ୍ଦାବନ ଜଣେ ବ୍ୟବସାୟୀ ଥିଲେ ବୋଲି ଜଣାପଡ଼ିଛି।