ଗୋପାଳପୁର ବେଳାଭୂମି ମହୋତ୍ସବରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର

0

(ରଜନୀକାନ୍ତ ପାତ୍ର/ଗଞ୍ଜାମ): ସାମ୍ବାଦିକକୁ ବିଧାୟକଙ୍କ ଦୁର୍ବ୍ୟବହାର। ତାହା ପୁଣି ଲକ୍ଷ ଲକ୍ଷ ଜନ ସାଧାରଣଙ୍କ ନିକଟରେ।
ସୂଚନାଅନୁସାରେ, ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବ ଚାଲିବ । ମହୋତ୍ସବକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ଦେବା ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା କହୁଥିବା ବେଳେ ପୁଣି ସେହି ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ସର୍ବସମ୍ମୁଖରେ କହିଲେ ଖବର ପ୍ରସାରଣ କଲେ ନ କଲେ କିଛି ବି ଆମର ଫରକ ପଡିବ ନାହିଁ। ଗତ ଦୁଇ ଦିନ ହେବ ବେଳାଭୂମି ମହୋତ୍ସବ ଚାଲିଛି। ପ୍ରଥମ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଥିଲେ।ସେଦିନ ଯେଉଁଠି ପ୍ରେସ ଗ୍ୟାଲେରୀ ରହିଥିଲା ଦ୍ୱିତୀୟ ଦିନରେ ସେଠାରେ ଆଉ ପ୍ରେସ ଗ୍ୟାଲେରୀ ନଥିଲା। ଗତକାଲି ଯେତେବେଳେ ସାମ୍ବାଦିକ ମାନେ ଯାଇ ଯେଉଁ ସିଟରେ ବସିଥିଲେ ସେଠାରୁ ଅତିଥି ବସିବେ କହି ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର କଲେ। ଏମିତି କି ହାତ ଧରି ବାଧ୍ୟ କରି ଉଠେଇଦେଇଥିବା ଅଭିଯୋଗ ହୋଇଛି। ତା ପରେ ପୁଣି ବିଧାୟକ ସାମ୍ବାଦିକକୁ ସର୍ଵ ସମୁଖରେ କହିଛନ୍ତି ଖବର କଲେ ବି କୌଣସି ମତେ ଫରକ ପଡିବ ନାହିଁ।ପରେ ସବୁ ସାମ୍ବାଦିକ ବିଧାୟକଙ୍କ ଦୁର୍ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଖବର ନ କରି ଫେରି ପଳିଆସିଥିଲେ । ସାମ୍ବାଦିକ ମାନଙ୍କୁ ଦେଇଥିବା ବେଳାଭୂମି ମହୋତ୍ସବକୁ ଅନୁମତି ପାସକୁ ସାମ୍ବାଦିକ ମାନେ ଜିଲ୍ଲା ପ୍ରଶାସନ ନିକଟରେ ଫେରାଇ ଦେଇଛନ୍ତି।
ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବକୁ କେଉଁ ଭଳି ବ୍ୟବହାର ବିଧାୟକଙ୍କ ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ଏମିତି ବ୍ୟବହାର ବିଧାୟକଙ୍କ। ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ କୁ ନେଇ ଏତେ ବାହସ୍ପଷ୍ଟ ମାରୁଥିଲେ ସୁଦ୍ଧା ଯେତେବେଳେ ସାମ୍ବାଦିକକୁ ଏମିତି ଦୁର୍ବ୍ୟବହାର କରୁଛନ୍ତି ବିଧାୟକ। ତେବେ କେତେ କାର୍ୟ୍ୟକାରୀ ଏହି ୫ଟି।