(ରିପୋର୍ଟସଟୁଡେ)ଭୁବନେଶ୍ୱର : ଜ୍ୟୋତି ରଂଜନ ବେଉରା ଓରଫ ଗୋଲ୍ଡେନ ବାବା ବିରୋଧରେ ଦୁଇଟି ମାମଲାରେ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ତଦନ୍ତ କରିବାକୁ ଦୁଇସପ୍ତାହ ପୂରିଛି। ହେଲେ ବିଭାଗ ପୂର୍ବବତ୍ ନିରବତା ବଜାୟ ରଖିଛି । ତେବେଏଭଳି ସ୍ଥିତିରେ ଏକ ନୂଆଚର୍ଚ୍ଚା ସାମ୍ନାକୁ ଆସିଛି। ଜଣେ ଖଣିମାଲିକଙ୍କ ଠାରୁ ୪କୋଟି ଟଙ୍କା ନେଇଛି ଗୋଲ୍ଡେନ୍ ବାବା।ସମ୍ପୃକ୍ତ ଖଣିମାଲିକଙ୍କୁ ଠାବ କରିଛି କ୍ରାଇମ୍ବ୍ରାଞ୍ଚ। ପୂର୍ବରୁ ଭୟରେ ଅଭିଯୋଗ ଦେବା ପାଇଁ ଆସୁନଥିବାଏହି ଖଣି ମାଲିକ ବିଧିବଦ୍ଧଭାବେ ଅଭିଯୋଗ କରିଥିବା ଜଣାପଡ଼ିଛି। ତଦନ୍ତ ପାଇଁ ଗଠନ କରାଯାଇଥିବା ସ୍ବତନ୍ତ୍ର ଦଳଏହି ଖଣିମାଲିକଙ୍କ ପାଖରେ ପହଞ୍ଚିବା ସହ ଅନେକ ତଥ୍ୟ ସଂଗ୍ରହ କରିବ ବୋଲି ଆଶା।
ଖଣି ମାଲିକ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ସେ ସାମ୍ନାକୁ ଆସିବାକୁ ଚାହୁଁନାହାନ୍ତି।କିନ୍ତୁ ଏବେ ଇଓଡବ୍ଲୁ ହାତରେ ଲାଗିଥିବାରୁ ସମସ୍ତ ଘଟଣାର ପର୍ଦ୍ଦାଫାସ ହେବାକୁ ଯାଉଛି। ଖଣି ମାଲିକଙ୍କ ଏହି ଅର୍ଥ କଷ୍ଟୋପାର୍ଜିତ ନା କଳାଧନ ତାକୁ ନେଇ ଇଓଡବ୍ଲୁ ତଦନ୍ତ ଆରମ୍ଭ କରିଛି।
ପୂର୍ବରୁ ବାବା ନିଜକୁ ଖଣିମାଲିକ ଦର୍ଶାଇ ବାର୍ଷିକ ଆୟକର ରିଟର୍ଣ୍ଣ ଫାଇଲ କରୁଥିବା ନକଲି କାଗଜ ପତ୍ର ଇଓଡବ୍ଲୁ ଜବତ କରିଥିଲା।ଏତେ ଚତୁରତାର ସହ ନକଲି କାଗଜ କିଭଳି ପ୍ରସ୍ତୁତ କରିପାରୁଥିଲା, କେଉଁ ଖଣି ମାଲିକ ସହଯୋଗ କରୁଥିଲେକି ନାହିଁ ସେସବୁର ତଦନ୍ତ ମଧ୍ୟ ଚାଲିଛି ।