ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ୟ୍ୟରେ ଅବହେଳା ଅଭିଯୋଗ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରସ୍ଥ

0

(ସୁନ୍ଦର କୁମାର ପାଣି / କୋରାପୁଟ): କୋରାପୁଟ ଜିଲ୍ଲାର ମହାଦେଇପୁଟ ଗ୍ରାମପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁରେଶ ପଟ୍ଟନାୟକ ନାଁରେ କାର୍ୟ୍ୟରେ ଅବହେଳା ହେତୁ ପଞ୍ଚାୟତ ପ୍ରତିନିଧି ସରପଞ୍ଚ , ନାୟବ ସରପଞ୍ଚ , ସମିତି ସଭ୍ୟା , ୱାର୍ଡମେମ୍ବର , ଲିଖିତ ଭାବେ ଅଭିଯୋଗ କରିଛନ୍ତି ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ । ଅଭିଯୋଗ ଆସିବା ମାତ୍ରେ ସମସ୍ତ ପଂଚାୟତ ପ୍ରତିନିଧିଙ୍କୁ ନେଇ ପହଂଚିଥିଲେ ମହାଦେଇପୁଟ ଗ୍ରାମପଞ୍ଚାୟତ କାର୍ୟ୍ୟାଳୟରେ ପହଞ୍ଚି ପିଇଓଙ୍କ ସହ ଆଲୋଚନା କରିଥିଲେ। ଅପରପକ୍ଷରେ ସ୍ତାନୀୟ ପଂଚାୟତକୁ ଆସିଥିବା ପ୍ରତିନିଧି ୱାର୍ଡ ସଭ୍ୟ ସଭ୍ୟା ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେଇଥିବା ଅଭିଯୋଗ ନେଇ ଅନେଇ ବସିଛନ୍ତି ,ପ୍ରଶାସନ ପିଇଓଙ୍କ କାର୍ୟ୍ୟର ଅବହେଳାଙ୍କୁ ନେଇ ବଦଳରେ ନୂତନ ପିଇଓଙ୍କ ଦାୟିତ୍ୱ ଦେବା ନିମନ୍ତେ ସ୍ଥାନୀୟ ସଭ୍ୟ ସଭ୍ୟା ଆଶା ବାନ୍ଧି ବସିଛନ୍ତି । ପ୍ରଶାସନ କେବେ ନୂତନ ପିଇଓ କୁ କାର୍ୟ୍ୟରତ ଦାଇତ୍ୱ ଦେବେ ଜୋ ଦ୍ବାରା ବିଭିନ୍ନ ଯୋଜନା ପଞ୍ଚାୟତବାସୀଙ୍କ ନିକଟରେ ପହଞ୍ଚି ପାରିବ। ବାର୍ଦ୍ଧକ୍ୟ ଭତ୍ତା ଠିକ ଭାବେ ପାଉ ନାହାଁନ୍ତି ପଂଚାୟତ ବାସି।ଆବାସ ଯୋଜନାର ଘର ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଆର୍ଥ ଦେବାରେ ବିଳମ୍ବ।କାରଞ୍ଜିଗୁଡା ଗ୍ରାମର ଗାଧୁଆ ଘର ଆର୍ଥ ପାଇନଥିବା , ,ରାଜ୍ୟସରକାରଙ୍କ ଆସୁଥିବା ଯୋଜନା ବିଷୟରେ ପଂଚାୟତ ପ୍ରତିନିଧିଙ୍କୁ ଜଣାଉନାହାନ୍ତି। ଏବଂ ଦୀର୍ଘ ଦିନ ହେଲା ପଞ୍ଚାୟତ ପ୍ରତିନିଧିଙ୍କ ଭତ୍ତା ପ୍ରଦାନ କରିନ ଥିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ବଞ୍ଚିତ କରୁଛନ୍ତି ସରକାର ଯୋଜନା ପାଇବାରେ । ଏହି ସବୁ ଅଭିଯୋଗ ପତ୍ରରେ ଦର୍ଶାଯାଇଛି।