ଗ୍ରୀନ ଜୋନରେ ଚାଲିବ ସରକାରୀ ବସ

0

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଗ୍ରୀନ ଜୋନରେ ସରକାରୀ ବସ୍ ଗଡ଼ିବା ନେଇ ସୂଚନା ମିଳିଛି । ଘରୋଇ ବସ୍ ମାଲିକ ରାଜି ନହେବାରୁ ଓଏସଆରଟିସି ବସ୍ ଚାଲିବ । କିନ୍ତୁ ଯାତ୍ରୀଙ୍କୁ ଦୁଇ ଗୁଣା ବସ୍ ଭଡ଼ା ଦେବାକୁ ପଡ଼ିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ, ଚାକିରିଆଙ୍କ ସୁବିଧା ପାଇଁ ଆଜିଠୁ କଟକ-ଭୁବନେଶ୍ୱର ମଧ୍ୟରେ ଙଝଜଞଉର ଗୋଟିଏ ବସ୍ ଚଳାଚଳ ଆରମ୍ଭ କରିଛି । ବସ୍‌ଟି ଆଜି ସିଡିଏ ସେକ୍ଟର-୯ ଛକରୁ ବାହାରି ସତୀଚୌରା, ବାଦାମବାଡ଼ି ଦେଇ ଯାତ୍ରା କରିଛି । ଏହି ବସ୍‌ଟି ଆଚାର୍ୟ୍ୟ ବିହାର, ଏଜି ଛକ ଦେଇ ୯ ତାଲା ନିକଟରେ ପହଞ୍ଚିଛି ।