ଘରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

0

(ରିପୋଟର୍ସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ରାଉରକେଲା ସେକ୍ଟର-୨ରେ ବୁଧବାର ଘର ଭିତରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାଯାଇଛି । ମୃତକ ହେଲେ ଯୁକ୍ତ ୩ର ଛାତ୍ର ପ୍ରୀତିଶ ସାହୁ। ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତଦେହ ନିକଟରୁ ଏକ ସୁଇସାଇଡ଼୍ ନୋଟ୍ ଜବତ କରାଯାଇଛି। ତାଙ୍କ ମୃତ୍ୟୁପାଇଁ କେହି ଦାୟୀ ନୁହଁନ୍ତି ବୋଲି ନୋଟ୍ ଉଲ୍ଲେଖ ଅଛି
ସୂଚନା ଅନୁସାରେ, ଗତ କିଛିଦିନ ଧରି କୌଣସି କାରଣରୁ ପ୍ରୀତିଶ ମାନସିକ ଦୁଶ୍ଚିନ୍ତାରେ ଥିଲେ। । ତେବେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଘରେ କେହି ନ ଥିବା ସମୟରେ ପ୍ରୀତିଶ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମାନସିକ ଦୁଶ୍ଚିନ୍ତା ଯୋଗୁ ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।