ଘରେ ପ୍ରସ୍ତୁତ କରନ୍ତୁ କଙ୍କଡ଼ା ମସଲା

0

(ରିପୋର୍ଟସ ଟୁଡ଼େ) ସମସ୍ତେ ଆମିଷ ଖାଇବାକୁ ପ୍ରାୟ ଭଲପାଆନ୍ତି ।କିନ୍ତୁ ଆମିଷ ଖାଦ୍ୟ ମଧ୍ୟରେ ଓଡ଼ିଆ ଡିସ୍ ‘କଙ୍କଡ଼ା ମସଲା’ର ବେଶ୍ ଚାହିଦା ରହିଛି। ହଲିଡେ ରିସର୍ଟର ମୁଖ୍ୟ ସେଫ୍ ଶେଖ୍ ମଞ୍ଜୁର।
ଆବଶ୍ୟକ ସାମଗ୍ରୀ
କଙ୍କଡ଼ା-୧ଟି (୪୦୦ ଗ୍ରାମ୍)
ରିଫାଇନ ତେଲ- ୩ ଟେବୁଲ ଚାମଚ
କଟା ପିଆଜ-୧୦୦ ଗ୍ରାମ୍
ଗୋଟା ଧନିଆ-୧ ଟେବୁଲ ଚାମଚ
ଗୋଟା ଜିରା-୧ ଚାମଚ
ଗୋଲମରିଚ-୫/୬ଟି
ଶୁଖିଲା ଲଙ୍କା-୧ଟି
ଲବଙ୍ଗ-୨ଟି
କଟା ଅଦା-୧ ଟେବୁଲ ଚାମଚ
କଟା ରସୁଣ -୧ ଟେବୁଲ ଚାମଚ
ଟମାଟୋ ବଟା-୧ କପ୍
ପାନ ମଧୁରୀ-୧ ଚାମଚ
ହଳଦୀଗୁଣ୍ଡ-୧ ଚାମଚ
ଦହି- ୫୦ ଗ୍ରାମ୍
ଆବଶ୍ୟକ ପରିମାଣର ଲୁଣ
ପ୍ରଥମେ କଙ୍କଡ଼ାର ଅନାବଶ୍ୟକ ଅଂଶ କାଢି ଏହାକୁ ଭଲ ଭାବେ ଧୋଇଦେବେ। ଏକ ପ୍ୟାନ୍ରେ ଗୋଟିଏ ଟେବୁଲ ଚାମଚ ରିଫାଇନ ତେଲ ପକାଇ ନିଅାଁରେ ବସାନ୍ତୁ। ତେଲ ଗରମ ହୋଇଯିବା ପରେ ୫୦ ଗ୍ରାମ୍ କଟା ପିଆଜ, ଗୋଟା ଧନିଆ, ଗୋଟା ଜିରା, ଶୁଖିଲା ଲଙ୍କା, ଗୋଲମରିଚ, ଲବଙ୍ଗ, କଟା ଅଦା ଓ ରସୁଣ ପକାଇ ପ୍ରାୟ ୫ ମିନିଟ୍ ଭାଜନ୍ତୁ। ସାମାନ୍ୟ ଲାଲ ହୋଇଗଲା ପରେ ଗ୍ୟାସ୍ ବନ୍ଦ କରି ସେଥିରେ ପାନମଧୁରୀ ପକାଇ ତାହାକୁ ଏକ ପାତ୍ରରେ କାଢିଦିଅନ୍ତୁ। ଏହାକୁ ଭଲ ଭାବେ ଗ୍ରାଇଣ୍ଡିଂ କରନ୍ତୁ। ଅନ୍ୟ ଏକ ପ୍ୟାନ୍ରେ ବଳକା ତେଲ ପକାଇ ଗରମ ହେବା ପରେ ବାକି କଟା ପିଆଜକୁ ପକାଇ ଭାଜନ୍ତୁ। ପିଆଜ ସାମାନ୍ୟ ବ୍ରାଉନ ହୋଇଯିବା ପରେ ସେଥିରେ ଟମାଟୋ ବଟା ପକାନ୍ତୁ। ପ୍ରାୟ ୫ ମିନିଟ୍ ଭାଜି ସେଥିରେ ହଳଦୀଗୁଣ୍ଡ ଏବଂ ଗ୍ରାଇଣ୍ଡିଂ ହୋଇଥିବା ପେଷ୍ଟ ପକାଇ ମସଲାରୁ ତେଲ ଛାଡିବା ପର୍ୟ୍ୟନ୍ତ କଷନ୍ତୁ। ସେଥିରେ ୧୦୦ ମିଲିଗ୍ରାମ୍ ପାଣି ଦେଇ କଙ୍କଡା ପକାଇ ଏକ ଢାଙ୍କୁଣୀ ଘୋଡାଇ ଦିଅନ୍ତୁ। ପ୍ରାୟ ୫ ମିନିଟ୍ ପରେ ଢାଙ୍କୁଣୀ କାଢି କିଛି ସମୟ ମସଲାରେ କଷନ୍ତୁ। ଏହା ହୋଇଗଲା ପରେ ପ୍ଲେଟରେ କାଢି ତା ଉପରେ ଧନିଆପତ୍ର ଛିଞ୍ଚତ୍ଦିଅନ୍ତୁ। ଭାତ କିମ୍ବା ରୁଟିରେ ଗରମ ଗରମ ପରଷନ୍ତୁ।