(ରିପୋର୍ଟସଟୁଡେ): ଖାଇବା ପରେ ମିଠା ଖାଇବା ପ୍ରାୟ ଅଧିକାଂଶ ଲୋକଙ୍କ ପସନ୍ଦ । ଅନେକ ସମୟରେ ବଜାରରୁ କିଣା ଯାଇଥିବା ମିଠା ହିଁ ଖାଇଥାନ୍ତି । କିନ୍ତୁ ଜାଣନ୍ତି କି ଘରେ ବି ଆପଣ ଅତି ସହଜରେ ମିଠା ପ୍ରସ୍ତୁତ କରି ଖାଇପାରିବେ । ଏହା ବାହାର ମିଠା ଅପେକ୍ଷା ଅଧିକ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟପ୍ରଦ । ତେବେ ଘରେ ଥରେ ପ୍ରସ୍ତୁତ କରି ଖାଆନ୍ତୁ ଓ ଖୁଆନ୍ତୁ ‘ବ୍ରେଡ ମଲାଈ ରୋଲ’ । ତେବେ ଜାଣି ରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ।
ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:
୧. ଗୋଟେ ଛୋଟ ଚାମଚ ଲହୁଣୀ ବା ବଟର
୨. କ୍ଷୀର – ଗୋଟେ କପ
୩. ୨ ଚାମଚ କ୍ରିମ
୪. ୨ କପ ମିଳକ ପାଉଡର
୫. ଚିନି – ଏକ କପ
୬. ଗୁଜୁରାତି ପାଉଡର- ଏକ ଚାମଚ
୭. ବ୍ରେଡ ପିସ- ୪ ଟି
୮. କାଜୁ – ୪ ଟି
୯. ବାଦାମ – ୪ଟି
୧୦. କେଶର ଯୁକ୍ତ କ୍ଷୀର – ୨ ଚାମଚ
୧୧. ଚେରି – ପସନ୍ଦ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ:
– ଏକ ତାୱା ଗରମ କରି ସେଥିରେ ଏକ କପ କ୍ଷୀର, କ୍ରିମ,ଏକ ଚାମଚ ଲହୁଣୀ ଦିଅନ୍ତୁ
– ଭଲ ଭାବେ ହଲାଇ ମିଶାଇ ଦିଅନ୍ତୁ
– ଏବେ ସେଥିରେ କିଛି ମିଳକ ପାଉଡର ଦିଅନ୍ତୁ ଓ ଭଲ ଭାବେ ମିଶାଇ ଦିଅନ୍ତୁ
– ମିଶ୍ରଣଟି ବହଳିଆ ହେବା ପରେ ତାକୁ ଚୁଲିରୁ ଓଲ୍ହାଇ ଦିଅନ୍ତୁ
– ଏବେ ଏକ କଡ଼ାଇରେ ଏକ କପ କ୍ଷୀର ଗରମ କରନ୍ତୁ । ସେଥିରେ ବଳକା ଥିବା କ୍ରିମ ଦିଅନ୍ତୁ
– ଏବେ ସେଥିରେ ଚିନି ଦିଅନ୍ତୁ । ଚିନି ଯେମିତି ଭଲ ଭାବେ ମିଶିଯିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ
– ଏବେ ସେଥିରେ ଗୁଜୁରାତି ଗୁଣ୍ଡ ଦିଅନ୍ତୁ
– ଏବେ ବ୍ରେଡ ସ୍ଲାଇସ ନିଅନ୍ତୁ ଓ ତାର ଚାରି ପାଖରେ ଟ୍ରିମିଙ୍ଗ ରୋଲ କରନ୍ତୁ
– ଏକ ଚାମଚ ମାବା ପେଷ୍ଟ ଓ କଟା ଯାଇଥିବା କାଜୁ ଓ ବାଦାମ ଭଲ ଭାବେ ଲଗାନ୍ତୁ
– ଏବେ ତାକୁ ମୋଡ଼ି ଏକ ଟାଇଟ ରୋଲ ପ୍ରସ୍ତୁତ କରନ୍ତୁ ।
– ଏବେ ଏହି ରୋଲ ଗୁଡିକୁ ଧୀରେ ଧୀରେ କ୍ଷୀରରେ ପକାନ୍ତୁ ।
– ପ୍ରସ୍ତୁତ ହେବା ପରେ ଭଲ ଭାବେ ଥଣ୍ଡା କରି ଦିଅନ୍ତୁ । ଥଣ୍ଡା ହେବା ପରେ ପରସନ୍ତୁ ।