(ଓମ୍ ପ୍ରକାଶ ମିଶ୍ର /ସୋନପୁର):ସୋନପୁର ସହରରେ ରଥ ତିଆରି ଶେଷ ପଯ୍ୟାୟରେ ପହଞ୍ଚି ଯାଇଛି। ପାତାଳୀ ଶ୍ରୀକ୍ଷେତ୍ର କୁହାଯାଉଥିବା ସୁବର୍ଣ୍ଣପୁର ସହରରେ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା।ଏବେ ଚୁଡାନ୍ତ ପଯ୍ୟାୟରେ ପହଞ୍ଚି ଯାଇଛି ରଥ ନିର୍ମାଣ କାର୍ୟ୍ୟ।ଜଗନ୍ନାଥ ମନ୍ଦିର ଓ ଦଧିବାବନ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ସହରର କଇଁଥ ତଳେ ମହାରଣା ସେବାୟତ ମାନେ ରଥ ନିର୍ମାଣ କାର୍ୟ୍ୟ ଶେଷ କରିଛନ୍ତି।ଆଗାମୀ ଦୁଇ ଦିନ ଭିତରେ ରଥରେ ସୈ।ନ୍ଦଯ୍ୟ କରଣ ଓ କପଡ଼ା କାର୍ୟ୍ୟ ଶେଷ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।ରଥଯାତ୍ରା ପାଇଁ ଆସନ୍ତା ୪ ତାରିଖ ଠାରୁ ମହାପ୍ରଭୁଙ୍କ ପହଣ୍ଡି ବିଜେ, ଆଇନ ଶୃଙ୍ଖଳା, ପରିବେଶ ଓ ପରିମଳ, ପାନୀୟ ଜଳ ଯୋଗାଣ ଏହି ସବୁର ବ୍ୟବସ୍ଥା କରାଯାଇଛି।