ଚନ୍ଦ୍ରମୌଲିଙ୍କୁ ଘେରିଲା ଆଇଡବ୍ଲୁପିସି

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଟେଲିଫୋନ ସେବା, ଇଣ୍ଟରନେଟ ବନ୍ଦ କରିଦିଆଯାଇଥିଲା । ପ୍ରଶାସନର କଡା ନିୟମ ଅନ୍ତର୍ଗତ ଲୋକଙ୍କ ଜୀବନ ଯାତ୍ରାରେ ବହୁ ସମସ୍ୟା ଦେଖାଦେଇଥିଲା । ଏସବୁ ବିରୋଧରେ ଓ ସାମ୍ବାଦିକତାର ସ୍ୱତନ୍ତ୍ରତା ସୁନିଶ୍ଚିତ କରିବା ଦାବିରେ କାଶ୍ମୀର ଟାଇମ୍ସର ପରିଚାଳନା ସମ୍ପାଦକ ଅନୁରାଧା ଭସିନ ସୁପ୍ରିମ କୋର୍ଟରେ ଯାଚିକା ଦାୟର କରିଥିଲେ ।
ପ୍ରେସ କାଉନସିଲ ଅଫ ଇଣ୍ଡିଆର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଚନ୍ଦ୍ରମୌଲି ପ୍ରସାଦ ଭାସିନଙ୍କ ଦ୍ୱାରା ସୁପ୍ରିମ କୋର୍ଟରେ ଦାୟର ଯାଚିକାରେ ହସ୍ତକ୍ଷେପ କରି ସରକାରର ପଦକ୍ଷେପକୁ ସମର୍ଥନ କରିଥିଲେ । ଏହା ପରେ ଏବେ ଚନ୍ଦ୍ରମୌଲିଙ୍କ ପଦକ୍ଷେପକୁ ଭାରତୀୟ ମହିଳା ପ୍ରେସ କରପୋରେସନ (ଆଇଡବ୍ଲୁପିସି) ନିନ୍ଦା କରିଛନ୍ତି ।
ଆଇଡବ୍ଲୁପିସି ଆରୋପ ମାମଲାରେ ଚନ୍ଦ୍ରମୌଳୀ କାହାକୁ କିଛି କହି ନଥିଲେ ଓ ଏକା  ଏହି ଦୂରଗାମୀ ନିଷ୍ପତ୍ତି ନେଇଥିଲେ । ସଂଗଠନ ପ୍ରେସ କାଉନସିଲର ଏହି ପଦକ୍ଷେପକୁ ଯେଉଁ ଉଦ୍ଦେଶ୍ୟରେ ସ୍ଥାପନ କରିଥିଲା, ତାହା ବିରୋଧରେ ଚନ୍ଦ୍ରମୌଲିଙ୍କ ପଦକ୍ଷେପ ବୋଲି କୁହାଯାଇଛି ।