ଚର୍ଚ୍ଚାରେ ବଲାଙ୍ଗୀର ଶିକ୍ଷା ବ୍ୟବସ୍ଥା

0

(ମଧୁସୂଦନ ବହିଦାର/ବଲାଙ୍ଗୀର): କେଉଁଠି ସୁସ୍ୱାଦ ଖାଦ୍ୟ ଖାଇ ଚର୍ଚ୍ଚାରେ ଶିକ୍ଷକ ତ କେଉଁଠି ଛାତ୍ର ଛାତ୍ରୀଙ୍କୁ ଅଖାଦ୍ୟ ଖୁଆଇ ଚର୍ଚ୍ଚାରେ ଶିକ୍ଷକ। ଆଉ କେଉଁଠି ଛାତ୍ରଙ୍କୁ ଚାଉଳ ବଦଳରେ ସଉଦା କିଣିବାକୁ ପଠାଇ ଚର୍ଚ୍ଚାରେ ସ୍କୁଲ କର୍ତ୍ତୃପକ୍ଷ। ତ ଆଉ କେଉଁଠି ସଫେଇ କାର୍ୟ୍ୟରେ ନିୟୋଜିତ କରାଯାଉଛି ସ୍କୁଲ ଛାତ୍ରଙ୍କୁ।
ବଲାଙ୍ଗୀର ଜିଲ୍ଲାରେ ଏମିତି ଘଟଣା ବାରମ୍ବାର ସୋସିଆଲ ମେଡିଆରେ ଘୁରି ବୁଲୁଥିବା ଦେଖୁବାକୁ ମିଳୁଛି।ଏହି ପରି ଘଟଣାଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଳକ ଅନ୍ତର୍ଗତ ଠେଲ୍କୋମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ। ସ୍କୁଲକୁ ସିଆରସିସି ପରିଦର୍ଶନରେ ଆସିଥିବା ବେଳେ ତାଙ୍କସହ ଶିକ୍ଷକ ଶିକ୍ଷୟିତ୍ରୀ ଖାଇବା ବେଳେ ସେଲଫି ନେଇଥିଲେ।ମଧ୍ୟାହ୍ନ ଭୋଜନରେ ଭାତ ସହ ସୁସ୍ଵାଦ ଖାଦ୍ୟ ସ୍କୁଲ ଅଫିସ ଭିତରେ ଖାଉଥିବା ଦୃଶ୍ୟ ସୋସିଆଲ ମେଡିଆରେ ଭାଇରାଲ ପରେ ବିବାଦରେ ଶିକ୍ଷକ ଶିକ୍ଷୟିତ୍ରୀ।ସେହିପରି ଦଶପୁର ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ୟୁନିଫର୍ମ ପିନ୍ଧି ଚାଉଳ ବଦଳରେ ମାଚିସ କିଣିବାକୁ ଯାଇ ବିବାଦରେ ଅଙ୍ଗନୱାଡି ଦିଦି।ଆଉ ଏହି ଦୃଶ୍ୟ ଦେଖିଲେ ଆପଣ ଆପଣଙ୍କ ପିଲାକୁ ସ୍କୁଲକୁ ପାଠ ପଢିବା ପାଇଁ ଛାଡିବେ ନାହିଁ। ଏହା ହେଉଛି ଲୋଇସିଙ୍ଘା ବ୍ଲକ ଅନ୍ତର୍ଗତ ଘୁଙ୍ଗି ପ୍ରାଥମିକ ବିଦ୍ୟାଳୟର ଏଠି ଶିକ୍ଷା ନାଁରେ ପିଲାଙ୍କୁ ଲେଟ୍ରିନ ସଫା କରିବା ଦେଖିବାକୁ ମିଳିଛି। ଏପଟେ ସରକାର ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚକରି କହୁଛନ୍ତି ସଭିଏ ପଢ଼ନ୍ତୁ ସଭିଏ ବଢନ୍ତୁ। ଏପରି ସମସ୍ତେ ପଢିବେ ସମସ୍ତେ ବଢ଼ିବେ,ବାହା ହେବାରେ ଶିକ୍ଷାବ୍ୟବସ୍ଥା।