ନୟାଗଡ: ନୟାଗଡର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଚର୍ଚ୍ଚାକୁ ଆସିଥିବା ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ନାମରେ ଅନାସ୍ଥା ପ୍ରସ୍ଥାବ । ଉପଜିଲ୍ଲାପାଳ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ନିକଟକୁ ପଠାଇଛନ୍ତି ଅନାସ୍ଥା ପ୍ରସ୍ତାବ । ଏହି ଅନାସ୍ଥା ପ୍ରସ୍ତାବରେ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡ ସଭ୍ୟଙ୍କ ଦସ୍ତଖତ ରହିଛି । ସୌମ୍ୟଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବା ନୋଟିସରେ ଉଲ୍ଲେଖ ରହିଛି। ତେବେ ଅପ୍ରେଲ ୨୦ ତାରିଖରେ ଏନେଇ ପଞ୍ଚାୟତ କର୍ୟ୍ୟାଳୟରେ ଅନାସ୍ଥା ସମ୍ପର୍କରେ ମତଦାନ ହେବ ବୋଲି ସୂଚନା ମିଳିଛି।
ବହୁ ଚର୍ଚ୍ଚିତ ନାବାଳିକା ପରୀ ହତ୍ୟା ମାମଲାରେ ସୌମ୍ୟ ଅଙ୍ଗ ତସ୍କରୀର ଅଭିଯୋଗ ଆଣିଥିଲେ । ଏହାକୁ ନେଇ ସ୍ଥାନୀୟ ବିଧାୟକ ତାଙ୍କ ଧମକ ଦେଇଥିବାର ଏକ ଅଡିଓ ମଧ୍ୟ ସେତେବେଳେ ଚର୍ଚ୍ଚାକୁ ଆସିଥିଲା । ଏହାକୁ ନେଇ ରାଜ୍ୟ ରାଜନୀତିରେ କିଛି ଦିନ ପାଇଁ ହଇଚଇ ସୃଷ୍ଟି ହୋଇଥିଲା । ବିରୋଧୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ।