(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ରେଲୱେ ଷ୍ଟେସନ ପ୍ଲାଟଫର୍ମ ୭ ନମ୍ବର ଟ୍ରେନ ନମ୍ବର ୧୮୪୦୧ ପୁରୀ ଓକା ଏକ୍ସପ୍ରେସ ଟି ଖୋର୍ଦ୍ଧା ଅଭିମୁଖେ ଯାଉଥିବା ସମୟରେ ଜଣେ ଯୁବତୀ ପାସେଞ୍ଜର ଜଣକ ପୁରୀ ଓକା ଏକ୍ସପ୍ରେସ ଟିକୁ ଧରିବାକୁ ଯାଉଥିବା ସମୟରେ ହଠାତେ ଯୁବତୀ ଜଣଙ୍କର ଓଢଣି ଟି ଟ୍ରେନରେ ଲାଖୀଯିବାରୁ ତଳେ ପଡି ଗୁରୁତର ଆହତ ହୋଇଥିଲେ । କାର୍ୟ୍ୟରତ ଥିବା ଆରପିଏଫ କର୍ମଚାରୀ [Seal Checkers, KUR end] namely HC-4774 MD . Sajid & HC- 5405 ପି.କେ ଓଝା ଘଟଣା ସ୍ଥଳରେ ପହଞ୍ଚି ଯୁବତୀ ଯଣଙ୍କୁ ରେଲୱେ ଟ୍ରାକରୁ ଉଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ପୁରୀ ବଡ଼ମେଡ଼ିକାଲ ପଠାଇଥିଲେ । ପରେ ଯୁବତୀ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ବର ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଏଏସଆଇ ଏ.କେ ଜେନା ପହଞ୍ଚି ତଦନ୍ତ କରିଥିଲେ। ତଦନ୍ତ ରୁ ଜଣାପଡିଥିଲା ଯୁବତୀ ଜଣଙ୍କ ଘର ଖୋର୍ଦ୍ଧାର ଜିଲ୍ଲାର ମିନତି ବେହେରା (୨୯) ପିତା ଅଜୟ ବେହେରା କତିଆ ଗ୍ରାମର ବୋଲି ଜଣାପଡ଼ିଥିଲା। ଘଟଣାରୁ ସୂଚନା ଯେ ମିନତିଙ୍କ ସହିତ ତାଙ୍କ ସ୍ବାମୀ ଓ ପୁତ୍ର ପୁରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିଲେ। ଦର୍ଶନ କରି ଘରକୁ ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିଲା।