ଚାରା ଗଛ ଲଗାଇଲେ ନବରଙ୍ଗପୁର ଜିଲ୍ଲାପାଳ

0

(ଟୁକୁନା ଖରା / ନବରଙ୍ଗପୁର)ରିପୋର୍ଟସଟୁଡେ: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ଅନ୍ତର୍ଗତ ଡେଙ୍ଗାତଟାଗୁଡା ଗାଁରେ ଲେମନଗ୍ରାସ ଚାରା ରୋପିଲେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର। ଆଜି ଲେମନଗ୍ରାସ ଚାରା ଚାଷୀଭାଈ ମାନଙ୍କ ବଣ୍ଟନ କୋରାଯାଥିଲା ଓ କୃଷ୍ଣଚନ୍ଦ୍ର ନାୟକଙ୍କ ଜମିରେ ଧାଡ଼ିରେ ଲଗାଇ ଉଦଘାଟନ କରିଛନ୍ତି ଜିଲ୍ଲାପାଳ । ପ୍ରଥମ ଥର ପାଇଁ ନବରଙ୍ଗପୁର ଜିଲ୍ଲାରେ ଲେମନଗ୍ରାସ ଚାରା ଲଗାଯାଇଛି । କିଭଳି ଚାଷ କରାଯିବ, ଅମଳ ପରେ ଲେମନଗ୍ରାସରୁ କିପରି ତେଲ ବାହାରିବ ଚାଷୀଙ୍କୁ ବୁଝାଇଥିଲେ । ଏହି ଚାଷ କଲେ ଚାଷୀମାନେ ଅଧିକରୁ ଅଧିକ ଲାଭ ପାଇପାରିବେ ବୋଲି କହିଛନ୍ତି । ଲେମନଗ୍ରାସ ଗଛରେ ଔଷଧଗୁଣ ଵି ରହିଛି ଓ ଅମଳ ପରେ ଗୁଡାଏ କମ୍ପାନୀମାନେ ଏହି ଲେମନଗ୍ରାସ ଗଛକୁ କିଣନିଅନ୍ତୁ ।ଏହି କାର୍ୟ୍ୟକ୍ରମରେ ଜିଲ୍ଲା ଉପ କୃଷିଅଧିକାରୀ ବଜ୍ରକିଶୋର ଲେଙ୍କା, ସି ଆର ଏମ ଆଇପି ବୈଜ୍ଞାନିକ ଡ଼. ବିକାଶ ଯାଦବ, ଜିଲ୍ଲାଯୋଜନା ଅଧିକାରୀ ଏମ.ଆନନ୍ଦ ରାଓ ପ୍ରମୁଖ ଉପସ୍ଥିତ ଥିଲେ।