ଚାରିଦିନିଆ ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

0

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଚାରି ଦିନିଆ ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତକାଲି ରାତିରେ ସେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ । ମମତାଙ୍କ ସହ ପଶ୍ଚିମବଙ୍ଗର କ୍ରୀଡ଼ାମନ୍ତ୍ରୀ ଅରୁପ୍‌ ବିଶ୍ୱାସ ମଧ୍ୟ ଆସିଛନ୍ତି।ସେଠାରେ ଗୃହ ସଚିବ ସଞ୍ଜୀବ ଚୋପ୍ରା, ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ସେଠାରୁ ସେ ସିଧାସଳଖ ପୁରୀରେ ପହଞ୍ଚିଥିଲେ । ବଳିଆପଣ୍ଡା ସ୍ଥିତ ଏକ ହୋଟେଲରେ ପହଞ୍ଚି ରାତ୍ରି ଯାପନ କରିଥିଲେ। ସେଠାରେ ତାଙ୍କୁ ସ୍ୱାଗତ କରିଥିଲେ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ଓ ଏସ୍ପି ଉମାଶଙ୍କର ଦାସ। ଆଜି ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ମମତା ବାନାର୍ଜୀ। ପରେ ଆସନ୍ତାକାଲି ସେ ଭୁବନେଶ୍ୱର ଆସିବେ। ୨୮ ତାରିଖ ଦିନ ଭୁବନେଶ୍ୱରରେ ହେବାକୁ ଥିବା ପୂର୍ବାଂଚଳ ଜୋନାଲ କାଉନସିଲ ବୈଠକରେ ସାମିଲ ହେବେ ମମତା ବାନାର୍ଜୀ ।
ଏହି ବୈଠକରେ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବେ। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ଓ ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତାମଙ୍ଗ ଯୋଗ ଦେବା କାର୍ୟ୍ୟକ୍ରମ ରହିଛି। ପୂର୍ବାଂଚଳ ଜୋନାଲ କାଉନସିଲ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଯୋଗ ଦେବେ। ବୈଠକରେ ନକ୍ସଲବାଦ, କୋଇଲା ରୟାଲଟି ଏବଂ କେନ୍ଦ୍ରୀୟ ଅନୁଦାନ ନେଇ ଆଲୋଚନା ହେବ।