ଚାଷିଙ୍କ କଠିନ ପରିଶ୍ରମ ଯୋଗୁଁ ଓଡ଼ିଶା ୫ ଥର କୃଷି କର୍ମଣ ପୁରସ୍କାର ପାଇଛି: ମୁଖ୍ୟମନ୍ତ୍ରୀ

0

(ଶୁଭସ୍ମିତା ଦାଶ / ଭୁୂବନେଶ୍ୱର): ଦିନ ଥିଲା ଯେତେବେଳେ ଖାଦ୍ୟ ଉତ୍ପାଦନରେ ନିଅଣ୍ଟିଆ ରାଜ୍ୟ ଭାବେ ପରିଚୟ ପାଇଥିଲା । କିନ୍ତୁ ସମୟ ବଦଳିବା ସହ ଆଜି ଆମେ ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛୁ । ଏପରିକି ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡିଶାର ଅଧିକ ଯୋଗଦାନ ରହିଛି । ଚାଷୀ ଭାଇ ମାନଙ୍କ କଠିନ ପରିଶ୍ରମ ଯୋଗୁଁ ଓଡିଶା ୫ ଥର କୃଷି କର୍ମଣ ପୁରସ୍କାର ମଧ୍ୟ ହାତେଇଛି ବୋଲି ଚାଷୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପୁରୀ ଠାରେ କାଳିଆ ଯୋଜନାର ଶଭାରମ୍ଭ କରି ଚାଷିଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଶ୍ରୀ ପଟ୍ଟନାୟକ ।
ଫସଲ ଉତ୍ପାଦନରେ ନିଅଣ୍ଟିଆ ରାଜ୍ୟରୁ ବଳକା ଫସଲ ଉତ୍ପାଦନ କରିବାର ଯାତ୍ରା । ଓଡିଶା ପାଇଁ ଏତେ ସହଜ ନଥିଲା ଏହି ସଫଳତାର ଯାତ୍ରା । କିନ୍ତୁ ଏହା ଭିତରେ ଫସଲ ଉତ୍ପାଦନରେ ଅଗ୍ରଣୀ ରାଜ୍ୟ ଭାବେ ମୁଣ୍ଡ ଟେକିଛି ଓଡିଶା । ଆଉ ହଜାର ହଜାର ଚାଷୀଙ୍କ ସାମ୍ନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଏହି ସଫଳ ଯାତ୍ରାର କାହାଣୀ । ଅନେକ ସଂର୍ଘଷ ଓ ଚାଷୀଙ୍କ କଠିନ ପରିଶ୍ରମ ପରେ ମିଳିଛି ଏହି ସଫଳତା ।
ଚାଷ ଉପରେ ନିର୍ଭରଶୀଳ ରାଜ୍ୟ ଓଡିଶାର ମେରୁଦଣ୍ଡକୁ ୧୯୯୯ ମସିହାର ମହାବାତ୍ୟା ଭାଙ୍ଗି ଦେଇଥିଲା । ଆଉ ଏହାର ଫଳ ୨୦୦୭ ମସିହା ପରଠାରୁ ଦେଖିବାକୁ ମିଳିଥିଲା । ଖାସକରି ଜଳସେଚନ, କୃଷକ ମାନଙ୍କୁ କମ ସୁଧହାରରେ ଋଣ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳିବା ପରେ ଫସଲ ଉତ୍ପାଦନ କ୍ଷେତ୍ରରେ ନୂଆ ପରିଚୟ ସୃଷ୍ଟି କଲା ଓଡିଶା । ମହାପ୍ରଭୁଙ୍କ ଆର୍ଶୀବାଦ ଓ ଚାଷୀ ମାନଙ୍କ କଠିନ ପରିଶ୍ରମ ଯୋଗୁଁ ଏବେ ଓଡିଶା ଖାଦ୍ୟ ଉତ୍ପାଦନରେ ନିଅଣ୍ଟିଆ ରାଜ୍ୟରୁ ବଳକା ରାଜ୍ୟ ଭାବେ ନୂଆ ପରିଚୟ ପାଇଛି ।