(ଓମ୍ ପ୍ରକାଶ ମିଶ୍ର / ସୋନପୁର): ଚାଷୀ ମାନେ ଧାନ ବିକ୍ରି କରି ଯେଭଳି ଭଲ ଦୁଇ ପଇସା ପାଇବ ସେନେଇ ସରକାର ଖୋଲିଛନ୍ତି ମଣ୍ଡି। ମଣ୍ଡି ତ ଅଛି ହେଲେ ଚାଷୀଙ୍କ ଧାନ ବିକ୍ରି ହେଉନାହିଁ।ଦିନେ କି ଦୁଇ ଦିନ ନୁହେଁ ୧୫ ଦିନ ହେଲା ଖୋଲା ଆକାଶ ତଳେ ମଣ୍ଡିରେ ପଡି ରହି ଥିବାରୁ ବର୍ଷାରେ ଏବେ ଚାଷୀଙ୍କ ଧାନ ସବୁ ଗଜା ହେବାକୁ ବସିଲାଣି ।ବାରମ୍ବାର ପ୍ରଶାସନକୁ ଅନୁରୋଧ କଲେ ବି ମିଲର୍ସର ଗାଡି ଆସୁନଥିବାରୁ ଏବେ ଚାଷୀ ମୁଣ୍ଡରେ ଚଡକ ପଡିଛି।ଗତକାଲି ଲଗାଣ ବର୍ଷାରେ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କ ଧାନ ଏବେ ସବୁ ଗଜା ହେବାକୁ ବସିଲାଣି। ବର୍ଷାର ପ୍ରଭାବରେ କ୍ଷତି ଗ୍ରସ୍ତ ହୋଇଛନ୍ତି ଜିଲ୍ଲାର ଚାଷୀ।ସେହିଭଳି ଜିଲ୍ଲାର ବୀରମହାରାଜ ପୁର ଉପଖଣ୍ଡ ଉଫୁଲା, ହିଲୁଙ୍ଗ,କେଂଝିରିଆ ପାଲି,ଦୁର୍ଜନତଲା,ବାଗବର,ଜଟେସିଂହା ଭଳି ଅନେକ ମଣ୍ଡି ରେ ଧାନ ରଖିବାର ବ୍ୟବସ୍ଥା ନ ଥିବାରୁ ବର୍ଷା ପାଣିରେ ଉବୁଟୁବୁ ଧାନବସ୍ତା ଦେଖିବାକୁ ମିଳିଛି।