ଚୀନର ମସୁଦ ଆତଙ୍କ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଜୈସର ମୁଖିଆ ମସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାକୁ ଜାତିସଂଘ ନିକଟରେ ଭାରତ ୨୦୦୯ରୁ ଦାବି କରିଆସୁଛି, କିିନ୍ତୁ ଚୀନ ପ୍ରତିଥର ଏହାକୁ ରଦ୍ଦ କରାଇଆସୁଛି । ଚୀନର ଏପରି କରିବା ପଛର ରହସ୍ୟ ଏବେ ପଦାକୁ ଆସିଛି ।
ଚୀନ୍‌ର ଆଝାର ପ୍ରତି ଅହେତୁକ ଭୟ ରହିଛି! ଚୀନ୍‌ ଏବେ ପାକିସ୍ତାନ ଭିତରେ ଚୀନ୍‌- ପାକିସ୍ତାନ ଇକନମିକ୍‌ କରିଡରର ନିର୍ମାଣ କାର୍ୟ୍ୟ ଜୋରସୋରରେ ଚଲାଇଛି ଏବଂ ଏବାବଦରେ ହଜାର ହଜାର ବିଲିୟନ ଡଲାର ପାଣି ପରି ଖର୍ଚ୍ଚ କରୁଛି। ଚୀନ୍‌- ପାକିସ୍ତାନ ଇକନମିକ୍‌ କରିଡରର ପ୍ରମୁଖ ଭାଗ କାର୍ୟ୍ୟ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ମଧ୍ୟ ଦେଇ ଯାଇଛି। ଚୀନ୍‌ ନିର୍ମାଣ କରୁଥିବା କରିଡୋରର ପ୍ରମୁଖ ଭାଗ ପିଓକେର ଗିଲ୍‌ଗିଟ୍‌- ବାଲିସ୍ତାନ ଏବଂ ଖାଇବର ପଖତୁନ୍‌ଖାଓ୍ଵା, ବାଲାକୋଟ ମଧ୍ୟ ଦେଇ ଯାଇଛି। ଏହି ସବୁ ଅଞ୍ଚଳ ମଧ୍ୟରେ ରହିଛି ଜୈସ୍‌ର ସବୁ ଟ୍ରେନିଂ କ୍ୟାମ୍ପ।
ଚୀନ୍‌ ଯଦି ମାସୁଦ୍‌କୁ ଆନ୍ତର୍ଜାତିକ ଆତଙ୍କବାଦୀ ରୂପେ ଘୋଷଣା କରିବା ପାଇଁ ମିଳିତ ଜାତିସଂଘର ସ୍ଥାୟୀ ସଦସ୍ୟ ଭାବେ ନିଜର ସମର୍ଥନ ଦେଉଛି ତେବେ ମାସୁଦ୍‌ ସେହି କରିଡରକୁ ଭାଙ୍ଗିବା ସହ ସେଠାରେ କାର୍ୟ୍ୟରତ ଥିବା ହଜାର ହଜାର ଚୀନ ନରଗରିକଙ୍କୁ ହତ୍ୟା କରିବ । ଏମିତି ଆଶଙ୍କା କରୁଛି ଚୀନ୍‌। ତେଣୁ ବାରମ୍ବାର ଭାରତକୁ ବିରୋଧ କରୁଛି ମସୁଦକୁ ଆନ୍ତର୍ଜାତିକ ଆତଙ୍କବାଦୀ ତାଲିକାଭୁକ୍ତ କରିବାକୁ ।