(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଚୀନର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ (ବିଆରଆଇ)କୁ ନେଇ ହେବାକୁ ଥିବା ବୈ÷ଠକକୁ ବହିଷ୍କାର କରିବାକୁ ଭାରତ ସଙ୍କେତ ଦେଇଛି। ଚୀନ ଦାବି କରୁଛି, ଏହି ବୈଠକରେ ୧୦୦ରୁ ଅଧିକ ଦେଶର ପ୍ରତିନିଧି ଭାଗ ନେବେ । ଏସମ୍ପର୍କରେ ଚୀନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବୈଠକରେ ୪୦ରୁ ଅଧିକ ଦେଶର ସରକାରୀ ନେତା ଯୋଗଦେବେ ।
ଏହା ପୂର୍ବରୁ ଚୀନ ୨୦୧୭ରେ ପ୍ରଥମ ବିଆରଆଇ ବୈଠକ କରିଥିଲା, କିନ୍ତୁ ତାହାକୁ ଭାରତ ବହିଷ୍କାର କରିଥିଲା । ବିଆରଆଇ ଚୀନ ରାଷ୍ଟ୍ରପତିଙ୍କ ସବୁଠାରୁ ପ୍ରିୟ ଯୋଜନା। ଏହାର ଉଦ୍ଦେଶ୍ୟ ହେଲା ସାରା ଦୁନିଆରେ ଚୀନର ନିବେଶରେ ପ୍ରାଥମିକ ପରିଯୋଜନାର ବିକାଶ କରିବା । ଭାରତ ପ୍ରଥମ ବିଆରଆଇ ବୈଠଳର ବହିଷ୍କାର କରିବା ପରେ ଏବେ ଦ୍ୱିତୀୟ ବୈଠଳର ବହିଷ୍କାର କରିବାକୁ ଠାଣୁ ନେଇଛି । ଭାରତର ଏହାକୁ ବିରୋଧ କରିବା ପଛରେ କାରଣ ରହିଛି, ଚୀନ-ପାକ୍ ଆର୍ଥିକ ସଡକପଥ ପାକିସ୍ତାନ ଅଧିକୃତ କାଶ୍ମୀର ଦେଇ ଯାଇଛି ।